fbpx

ପତି-ପତ୍ନୀଙ୍କ ଭିତରେ ଝଗଡା ଲାଗୁଛି କି? ଏହାକୁ ଠିକ କରନ୍ତୁ ବାସ୍ତୁ ଶାସ୍ତ୍ର ଉପାୟରେ

ପତିପତ୍ନୀଙ୍କ ସଂପର୍କ ହେଉଛି ଦୁନିଆର ସବୁଠାରୁ ଶ୍ରେଷ୍ଠ ସମ୍ପର୍କ । ଏଥିରେ ଦୁଇ ଜଣଙ୍କ ମଧ୍ୟରେ ସଠିକ ବୁଝାମଣା ତାଙ୍କ ବୈବାହିକ ଜୀବନକୁ ସୁଖମୟ କରିଥାଏ । କିନ୍ତୁ ସାଧାରଣ ଭାବେ ବିବାହର ଏକବର୍ଷ ପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇନଥାଏ । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ଦେଖିବାକୁ ମିଳିଥାଏ ।  ଏଥିରେ ପାରିବାରିକ ଅଶାନ୍ତି ବୃଦ୍ଧି ପାଇବା ସହ ମାନସିକ ସନ୍ତୁଳନ ଅବସ୍ଥା ଶୋଚନୀୟ ପରିସ୍ଥିତିରେ ଗତି କରିଥାଏ । ପ୍ରତିଦିନ ଏହା ହେବା ଦ୍ୱାରା ଛାଡପତ୍ର ନେଇଥାନ୍ତି ଦମ୍ପତ୍ତି । ହେଲେ ଛାଡପତ୍ର ସବୁ ସମାଧାନର ବାଟ ନୁହେଁ । ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ପ୍ରତିଦିନ ଝଗଡା ପଛରେ କିଛି ବାସ୍ତୁ ଦୋଷ ରହିଥାଏ । କଣ କଲେ ଦମ୍ପତ୍ତିଙ୍କ ମଧ୍ୟରେ ଏପରି ଝଗଡା ଲାଗିବ ନାହିଁ ଏବଂ ପାରିବାରିକ ସୁଖ ଶାନ୍ତି ମଧ୍ୟ ବଜାୟ ରହିପାରିବ ତାହା ଜାଣି ରଖନ୍ତୁ ।

ପତିପତ୍ନୀଙ୍କ ସମ୍ପର୍କକୁ କିପରି ମଜବୁତ କରିବେ
-ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କକୁ ଭଲ ରଖିବା ପାଇଁ ଶୋଇବା ଘରର ବାସ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶୋଇବା ଘରକୁ ସର୍ବଦା ସଫା ରଖିବା ଦରକାର । ସେହି ଘରେ ଅନାଶ୍ୟକ ଜିନିଷ ମଧ୍ୟ ନ ରଖିବା ଉଚିତ ଏବଂ ଶୋଇବା ଘରେ ଭେଣ୍ଟିଲେସନ ଭଲ ହେଉଥିବା ଦରକାର ଅର୍ଥାତ ବାୟୁ ଚଳାଚଳ ସଠିକ ଭାବେ ହେଉଥିବା ଦରାକାର ।

-ପତିପତ୍ନୀଙ୍କ ପାଇଁ ଦକ୍ଷିଣ ଦିଗରେ ଘର ରହିଲେ ଶୁଭ ହୋଇଥାଏ । କିନ୍ତୁ ଆପଣ ଦକ୍ଷିଣ ଦିଗକୁ ଗୋଡକରି କେବେହେଲେ ଶୁଅନ୍ତୁ ନାହିଁ । ଏହାଦ୍ୱାରା ପାରିବାରିକ ଅଶାନ୍ତି ବୃଦ୍ଧି ଘଟିଥାଏ ।

– ବେଡରୁମରେ କେବେହେଲେ ଦର୍ପଣ ରଖନ୍ତୁ ନାହିଁ । ଯଦି ଆପଣ ଦର୍ପଣ ରଖୁଛନ୍ତି ତେବେ ଏହାକୁ ଏପରି ଦିଗରେ ରଖନ୍ତୁ ଯେମିତି ଏଥିରେ ଖଟ ଦେଖାଯାଉ ନଥିବ । ରାତିରେ ଶୋଇବା ପୂର୍ବରୁ ଦର୍ପଣରେ ଏକ କପଡ଼ା ଘୋଡାଇ ରଖନ୍ତୁ ।

-ଆଜିକାଲି ଫ୍ୟାସନ ପାଇଁ କେତେ ପ୍ରକାର ଖଟ ଦେଖିବାକୁ ମିଳୁଛି । କିନ୍ତୁ ସ୍ୱାମୀ-ସ୍ତ୍ରୀ କେବେ ହେଲେ ଅଣ୍ଡାକୃତି କିମ୍ବା ଗୋଲ ଖଟରେ ଶୁଅନ୍ତୁ ନାହିଁ । ଏହାସହ ଖଟରେ ଦୁଇଟି ଗଦି ପଡିଥିଲେ ତାହାକୁ ତୁରନ୍ତ ହଟାଇ ଗୋଟିଏ ଗଦିରେ ଶୁଅନ୍ତୁ ।

– ବେଡରୁମରେ କେଉଁ କେଉଁ ଫଟୋ ରଖିବେନି ତହା ଜାଣି ରଖନ୍ତୁ । ପୂର୍ବପୁରୁଷଙ୍କ ଫଟୋ ସହ ଦେବାଦେବୀ, ହିଂସ୍ରଜନ୍ତୁ ଓ କଣ୍ଟା ଜାତୀୟ ଗଛ ଫଟୋ ରଖନ୍ତୁ ନାହିଁ । ବେଡରୁମରେ ସ୍ୱାମୀ-ସ୍ତ୍ରୀ ହସୁଥିବା ଫଟୋ ରଖିଲେ ପାରିବାରିକ ସମ୍ପର୍କ ସୁଖମୟ ହୋଇଥାଏ । ଏହାସହ ଆପଣ ବିଭିନ୍ନ ରଙ୍ଗର ଫୁଲ ଫଟୋ ମଧ୍ୟ ରଖିପାରିବେ ।

-ଯଦି ଲଗାତାର ଦମ୍ପତିଙ୍କ ମଧ୍ୟରେ ଝଗଡା ଲାଗୁଛି ତେବେ ସ୍ତ୍ରୀ ସେହି ସମୟ ମାନଙ୍କରେ ନାଲି କିମ୍ବା ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧିବା ଦରକାର । ଫଳରେ ଦୁଇଜଣଙ୍କ ମଧ୍ୟରେ ଝଗଡା ଖୁବ କମ ସମୟରେ ଠିକ ହୋଇ ପ୍ରେମ ସମ୍ପର୍କ ବଢିଥାଏ ।

– ରୋଷେଇ ଘରେ ନିଆଁ ଓ ପାଣିକୁ ଗୋଟେ ଲାଇନରେ ରଖନ୍ତୁ ନାହିଁ । ଏହାହେଲେ ଅଗ୍ନି ଓ ପାଣିର ସନ୍ତୁଳନ ଖରାପ ହୋଇଥାଏ, ଯାହାଫଳରେ ଘରେ କଳି ଝଗଡା ଲାଗିରହିଥାଏ ।

Get real time updates directly on you device, subscribe now.