fbpx

Porn Video ଦେଖିବା ଅପରାଧ କି? ହାଇକୋର୍ଟରେ ଏମିତି ରାୟ ଦେଲେ ବିଚାରପତି

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀର ଅନେକ ଅଂଶ ନିଜ ମୋବାଇଲରେ ପର୍ଣ୍ଣ ଭିଡିଓ ବା ଅଶ୍ଳୀଳ ଭିଡିଓ ଦେଖୁଛନ୍ତି । ତେବେ ଏ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏଭଳି ଭିଡିଓ ଦେଖିବା ଅଶ୍ଳୀଳତାର ଅପରାଧ କି ନୁହେଁ, ତାହା ଉପରେ ବିଚାରପତି ବଡ଼ ଶୁଣାଣି କରିିଛନ୍ତି । ଏ ନେଇ ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଏକାକୀ ସମୟରେ ଚୁପଚାପ୍ ଅଶ୍ଳୀଳ ଭିଡିଓ ଦେଖିବା ଅପରାଧ ନୁହେଁ । କେରଳ ହାଇକୋର୍ଟର ବିଚାରପତି ପି.ଭି କୁହ୍ନିକୃଷ୍ଣନ୍ ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି ।

ସୂଚନା ଅନୁସାରେ, ରାସ୍ତା କଡ଼ରେ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁତିବା ବେଳେ କେରଳର ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଆଇପିସି ଧାରା ଅନୁସାରେ, ଜଣେ ବ୍ୟକ୍ତି ଏକାକୀ ବସି ଅଶ୍ଳୀଳ ଭିଡିଓ ଦେଖିବା ଅପରାଧ ନୁହେଁ । ଯଦି ସେହି ବ୍ୟକ୍ତି ଏକାକୀ ଏଭଳି ଭିଡିଓ ଦେଖୁଛନ୍ତି, ଅନ୍ୟ କୌଣସି ବ୍ୟକ୍ତିକୁ ଏଭଳି ଭିଡିଓ ପଠାଉ ନାହାନ୍ତି ଏବଂ ସମସ୍ତଙ୍କ ସାମ୍ନାରେ ଏଭଳି ଭିଡିଓ ଦେଖୁନାହାନ୍ତି, ତେବେ ଏହା ଆଇପିସି ଧାରା ଅନୁସାରେ ଅଶ୍ଳୀଳତାର ଅପରାଧ ଭାବରେ ବିବେଚିତ ହୋଇ ପାରିବ ନାହିଁ । ଏଭଳି ଭିଡିଓ ଦେଖିବା କୌଣସି ବ୍ୟକ୍ତି ବ୍ୟକ୍ତିଗତ ପସନ୍ଦ ହୋଇଥାଏ ଏବଂ ନ୍ୟାୟାଳୟ କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ ।

ରିପୋର୍ଟ ଅନୁସାରେ, ଏହି ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି ଯେ, କୌଣସି ବ୍ୟକ୍ତିଙ୍କୁ ନ ଦେଖାଇ ଅଶ୍ଳୀଳ ଭିଡିଓ ଦେଖିବା ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୨ ଅନୁସାରେ ଅଶ୍ଳୀଳତାର ଅପରାଧ ନୁହେଁ । କୌଣସି ବ୍ୟକ୍ତି ନିଜସ୍ୱ ସମୟରେ ଅନ୍ୟକୁ ନ ଦେଖାଇ ପର୍ଣ୍ଣ ଭିଡିଓ ଦେଖିବା ଅପରାଧ ଶ୍ରେଣୀର ଅନ୍ତର୍ଭୁକ୍ତ ହେବ କି? ତେବେ ଏ ନେଇ କୋର୍ଟ କହିଛନ୍ତି ଯେ, ଏହା ଅପରାଧ ଶ୍ରେଣୀରେ ଆସିବ କି ନାହିଁ ଅଦାଲତ ଏହା ଘୋଷଣା କରି ପାରିବ ନାହିଁ । କାରଣ ଏହା ଜଣଙ୍କର ବ୍ୟକ୍ତିଗତ ପସନ୍ଦ ହୋଇଥାଏ । ତେଣୁ ଏଭଳି ମାମଲାରେ ହସ୍ତକ୍ଷେପ କରିବା ସମ୍ପୃକ୍ତ ବ୍ୟକ୍ତିଙ୍କର ନିଜସ୍ୱ ପସନ୍ଦ ଉପରେ ହସ୍ତକ୍ଷେପ କରିବା ସହ ସମାନ ।

Get real time updates directly on you device, subscribe now.