fbpx

ପଢିବା ନାଁ କହିଲେ ବାହାନା କରୁଛନ୍ତି କି ଆପଣଙ୍କ ପିଲା ? ଏହି ଟିପ୍ସ ଆପଣାଇଲେ ବହିକୁ କରିବେ ପ୍ରେମ

ଅନେକ ପିଲା ଏପରି ଅଛନ୍ତି, ଯେଉଁମାନେ ପାଠ ପଢ଼ବିକୁ ବିଲ୍‌କୁଲ୍‌ ପସନ୍ଦ କରନ୍ତି ନାହିଁ । ଏହା ସହ ସେମାନେ ଖେଳକୁଦରେ ଅଧିକ ମନ ଦେଇଥାନ୍ତି । କଥାରେ ଅଛି, ପାଠ ପଢ଼ା କଥା କହିଲେ ଛୁଆଁକୁ ଜର ଆସେ । ଠିକ୍‌ ସେହିପରି ବହୁତ ପିଲା ଅଛନ୍ତି ଯେକି ପାଠ ପଢ଼ା ବାହାନାରେ ମଧ୍ୟ ଲୁଚିଯାଆନ୍ତି ।

ପାଠ ପଢ଼ିବା ହେଉଛି ଏପରି ଏକ ଶବ୍ଦ ଯାହାକୁ ଶୁଣିଲେ ଖାଲି ଛୋଟ ପିଲା ନୁହେଁ ବରଂ ବଡ଼ ପିଲାମାନେ ମଧ୍ୟ ଭୟଭିତ ହୋଇଯାଆନ୍ତି । ବୋର୍ଡ ପରିକ୍ଷା ସମୟରେ ସବୁ ପିଲା ପଢ଼ିବାକୁ ଚାହିଁଥାନ୍ତି, ହେଲେ କିଛି ପିଲାମାନଙ୍କ କ୍ଷେତ୍ରରେ ଏହା ସମ୍ଭବପର ହୋଇନଥାଏ । କାରଣ ଆଜିକାଲିର ପିଲାମାନେ ପାଠପଢ଼ା ଉପରେ ଯେତିକି ଧ୍ୟାନ ନଦେଉଛନ୍ତି ସେତେକି ଖେଳକୁଦ ଏବଂ ଫୋନ୍‌ ଉପରେ ସେମାନଙ୍କର ଅଧିକ ଧ୍ୟାନ ରହୁଛି । ଯଦି ଆପଣଙ୍କ ପିଲା ମଧ୍ୟ ଏହିପରି ସମସ୍ୟା ସାମ୍ନା କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବିଷୟରେ କହିବୁ ଯାହାକୁ ଫଲୋ କରି ଆପଣଙ୍କ ପିଲାମାନେ ପାଠ ପଢ଼ାରେ ମନ ଦେବା ସହ ନିଜର କେରିର୍ୟ‌ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରିବେ । ଏହା ସହ ଏହି ଟିପ୍ସକୁ ଫଲୋ କରିବା ଦ୍ୱାରା ପାଠ ପଢ଼ାରେ ମନ ଲାଗିବ । ଏପରି ଭାବେ ଆପଣ ସବୁକିଛି ଭୁଲଯାଇ ଖାଲି ପଢ଼ାପଢ଼ି ଉପରେ ଧ୍ୟାନ ଦେବେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ୭ଟି ଟିପ୍ସ ।

୧. ସର୍ବପ୍ରଥମେ, ସୂର୍ଯ୍ୟାଦୟ ପୂର୍ବରୁ ବିଛଣା ଛାଡିଦିଅନ୍ତୁ ।
୨. ଏହାପରେ ଉଷୁମ ପାଣି ପିଅନ୍ତୁ ।
୩. ତା’ପରେ ଯୋଗରେ ୧୦ ମିନିଟ୍‌ ପାଇଁ ବସି ଭଗବାନଙ୍କ ନାମ ଜପ କରନ୍ତୁ ।
୪. ଭଗବାନଙ୍କ ନାମ ଜପ କରିବା ପରେ, ନିଜର ନିତ୍ୟକ୍ରମ ସାରି ଶୁଦ୍ଧ ପାଣିରେ ଗାଧୋଇପଡନ୍ତୁ ।
୫. ଏହା ପରେ, ୧୦ ମିନିଟ୍‌ ପାଇଁ ବ୍ୟାୟାମ୍‌ କରନ୍ତୁ । ତେବେ ଏହି କାମଟି ସୂର୍ଯ୍ୟାଦୟ ପୂର୍ବରୁ ସାରିବା ଉଚିତ୍‌ ।
୬ . ଏହା ପରେ ଆପଣ ଲାଇଟ ଖାଦ୍ୟ ଖାଇଆନ୍ତୁ ।
୭. ଏହି ସବୁ କାମ କରିସାରିବା ପରେ ଆପଣ ମାଆ ଓ ବାପାଙ୍କ ପାଦରେ ମୁଣ୍ଡ ନୁଆଁଇ ଆଶୀର୍ବାଦ ନିଅନ୍ତୁ ।

ଏହା ପରେ ଯେକୌଣସି ବିଷୟ ପଢ଼ିବାକୁ ଚାହୁଁଛନ୍ତି, ସେହି ବହିକୁ ନେଇ ଏକା ବସିଯାଆନ୍ତୁ । ତେବେ କିଛି ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ, ଦେଖିବେ ଆପଣଙ୍କ ଉପରେ କିଛି ଦିନ ମଧ୍ୟରେ ଏହାର ପ୍ରଭାବ ପଡିବା ଆରମ୍ଭ ହେବ । ଏପରି ଭାବେ ଆପଣଙ୍କର କେବଳ ପାଠ ପଢ଼ାରେ ମନ ଲାଗିବ ନାହିଁ ବରଂ ଆପଣ ଭଲ ପାଠ ମଧ୍ୟ ପଢ଼ିବାକୁ ଲାଗିବେ ।

Get real time updates directly on you device, subscribe now.