(Video) ‘ସୁଭଦ୍ରା ଯୋଜନା’ରେ Reject ହୋଇଛି କି ଆପଣଙ୍କ ନାଁ? ମିଳିବନି ତୃତୀୟ ପର୍ଯ୍ୟାୟ ଟଙ୍କା, ଜାଣନ୍ତୁ କେଉଁଠୁ ପାଇବେ Rejection List,

ଓଡ଼ିଶା ଭାସ୍କର: ‘ସୁଭଦ୍ରା ଯୋଜନା’କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା । ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ପ୍ରାୟ ୨୦ ଲକ୍ଷ ମହିଳା ଏହି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇବେ ବୋଲି ଅଶା କରାଯାଉଛି । ଏହାପରେ ମଧ୍ୟ ଅନେକ ମହିଳା ଯୋଜନାରୁ ବାଦ୍ ପଡ଼ିପାରନ୍ତି । ଏହାସହିତ ପୁଣିଥରେ ଅନେକ ମହିଳା ତାଲିକାରୁ ବାଦ୍ ପଡ଼ିପାରନ୍ତି ବା ସେମାନଙ୍କ ନାମ ରିଜେକ୍ଟ ହୋଇପାରେ । ତେବେ ଏହି ତାଲିକାରେ ନିଜ ନାମ ଅଛି କି ନାହିଁ, ତାହା ଜାଣିବାକୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଅନେକ ମହିଳା ।

କେମିତି ପାଇବେ ରିଜେକ୍ସନ ଲିଷ୍ଟ?

ଖୁବଶୀଘ୍ର ପ୍ରତ୍ୟେକ ପଞ୍ଚାୟତକୁ ମହିଳା ହିତାଧିକାରୀମାନଙ୍କ ରିଜେକ୍ସନ ଲିଷ୍ଟ ପଠାଇ ଦିଆଯିବ । ମହିଳା ହିତାଧିକାରୀ ସ୍ଥାନୀୟ ପଞ୍ଚାୟତ ଅଫିସରୁ ଏହି ତାଲିକା ପାଇପାରିବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ତେବେ ସୁଭଦ୍ରା ଯୋଜନା ପାଇଁ ଫର୍ମ ରିଜେକ୍ଟ ହୋଇଥିବା ମହିଳାମାନଙ୍କ ନାମ ଏହି ତାଲିକାରେ ଉଲ୍ଲେଖ କରାଯିବ । ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୌଣସି ସମସ୍ୟା ରହିଛି କିମ୍ବା ଅନ୍ୟାନ୍ୟ କାରଣରୁ ରିଜେକ୍ଟ ହୋଇଥିବା ମହିଳା ହିତାଧିକାରୀଙ୍କ ନାମ ତାଲିକା ପ୍ରତ୍ୟେକ ପଞ୍ଚାୟତକୁ ପଠାଯିବ ।

ତେବେ ଭିଡ଼ ନ କରି ସୁଧାର ଆଣିପାରିଲେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ସେମାନଙ୍କୁ ସାମିଲ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀମତି ପରିଡ଼ା । ଏହାପରେ ପୁଣିଥରେ ଡିସେମ୍ବର ମାସରେ ସମସ୍ତଙ୍କୁ ସାମିଲ କରାଯାଇ ଚତୁର୍ଥ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପର୍ଯ୍ୟାୟରେ ପ୍ରାୟ କୋଟିଏରୁ ଅଧିକ ମହିଳା ହିତାଧିକାରୀ ଯୋଜନାରେ ସାମିଲ ହୋଇପାରିବେ ।