fbpx

ଇଶାନ କିଶନଙ୍କ ଧୂଆଁଧାର ଅର୍ଦ୍ଧଶତକ: କ୍ୟାପିଟାଲ୍ସ ଆଗରେ ୧୭୮ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ନୂଆଦିଲ୍ଳୀ: ଆଇପିଏଲର ୧୫ ତମ ସଂସ୍କରଣରେ ଖେଳାଯାଇଛି ଦ୍ୱିତୀୟ ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଇଥିବା ମୁକାବିଲାରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ଇଶାନ କିଶନ । ଅନ୍ୟ ପକ୍ଷରେ ପୂର୍ବତନ ଭାରତୀୟ ସ୍ପିନର କୁଲଦୀପ ଯାଦବ ମଧ୍ୟ ଚମକ୍ରାର ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କୁଲଦୀପ ମାତ୍ର ୧୮ ରନରେ ୩ଟି ୱିକେଟ ନେଇଥିବା ବେଳେ ମୁମ୍ବାଇ ୫ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲା ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଇଶାନ କିଶନଙ୍କ ଅପରାଜିତ ରନ ବଳରେ ମୁମ୍ବାଇ ରନ କରିଥିଲା । ପ୍ରଥମ ୱିକେଟରେ ରୋହିତ ଶର୍ମା(୪୧) ଓ ଇଶାନ କିଶନ (୮୧) ୬୭ ରନ କରିଥିଲେ । କିଶନ ୪୮ ବଲର ସମ୍ମୁଖୀନ ହୋ ୧୧ଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଅଧିନାୟକ ରୋହିତ ଶର୍ମା ୩୨ ବଲ ଖେଳି ୪ ଚୌକା ଓ ଦୁଇଟି ଛକା ମାରିଥିଲେ । ବରୋଦାର ଏନ୍ ତିଲକ ବର୍ମା ୨୨ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ୧୮ ରନରେ ୩ଟି ୱିକେଟ ନେଇ ଫର୍ମକୁ ଫେରିଥିଲେ । ଖଲିଲ ଅହମଦ ମଧ୍ୟ ଚମକ୍ରାର ବୋଲିଂ କରି ୨୭ ରନରେ ୨ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.