fbpx

(Video) ଦିଲ୍ଲୀ ଇସ୍ରାଏଲ୍ ଦୂତାବାସର ପଛପଟେ ବିସ୍ଫୋରଣ: ଘଟଣାସ୍ଥଳରେ ପୋଲିସର ଛାନଭିନ

ନୂଆଦିଲ୍ଲୀ: ଇସ୍ରାଏଲ ଦୂତାବାସ ପଛରେ ବିସ୍ଫୋରଣ ଖବର ପାଇବା ପରେ ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଜିଲ୍ଲାରେ ଅବସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ସମ୍ପର୍କରେ ଦିଲ୍ଲୀ ପୋଲିସ ସୂଚନା ପାଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଇସ୍ରାଏଲ୍ ଦୂତାବାସ କଂପ୍ଲେକ୍ସ ପଛରେ ଥିବା ‘ବିସ୍ଫୋରଣ’ ସ୍ଥାନରେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କୁ ଦିଆଯାଇଥିବା ଏକ ଚିଠି ମିଳିଛି। ନୂଆଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସ କହିଛି ଯେ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଥିବାର ଆମେ ନିଶ୍ଚିତ କରିପାରିବା। ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଦଳ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ଅନୁଯାୟୀ, ଏନେଇ ଅପରାହ୍ନ ୫.୪୭ ରେ ଦିଲ୍ଲୀ ପୋଲିସକୁ କଲ ଆସିଥିଲା। ପୋଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି ଏବଂ ସର୍ଚ୍ଚ ଅପରେସନ ଚାଲିଛି। ବର୍ତ୍ତମାନ ଦିଲ୍ଲୀ ପୋଲିସର କ୍ରାଇମ ୟୁନିଟର ଏକ ଟିମ୍ ଏବଂ ଫରେନସିକ୍ ଟିମ୍ ଇସ୍ରାଏଲ୍ ଦୂତାବାସ ନିକଟରେ ଅନୁସନ୍ଧାନ କରୁଛନ୍ତି।

ଇସ୍ରାଏଲ୍ ଦୂତାବାସ ନିକଟରେ ଥିବା ସେଣ୍ଟ୍ରାଲ୍ ହିନ୍ଦୀ ତାଲିମ ପ୍ରତିଷ୍ଠାନରେ ପୋଷ୍ଟ ହୋଇଥିବା ଜଣେ ରାକ୍ଷୀ ତେଜୁ ଛତ୍ରୀ କହିଛନ୍ତି ଯେ, ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ। ଫାଟକ ପାଖେ ସେ ଡ୍ୟୁଟିରେ ଥିଲେ। ଏକ ଶବ୍ଦ ଆସିଲା ପରି ଲାଗିଲା ଯେମିତି ଟାୟାର ଫାଟି ଯାଇଛି। ତା’ପରେ ଆମେ ପଛରେ ଦେଖିଲା ବେଳକୁ ଗଛ ନିକଟରେ ଧୂଆଁ ବାହାରୁଛି।ଶବ୍ଦଟି ବହୁତ ଜୋରରେ ଥିଲା।

Get real time updates directly on you device, subscribe now.