fbpx

ଇସ୍ରାଏଲ ଯୁଦ୍ଧ ଯୋଗୁଁ ବଢ଼ିଗଲା ଅଶୋଧିତ ତୈଳ ଦର, ୪.୫ ପ୍ରତିଶତ ପାଇଲା ବୃଦ୍ଧି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ-ହାମାସ ଯୁଦ୍ଧର ପ୍ରଭାବ ଅଶୋଧିତ ତୈଳ ମୂଲ୍ୟରେ ଦେଖିବାକୁ ମିଳୁଛି । ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ୪.୫% ରୁ ଅଧିକ ବୃଦ୍ଧି ପାଇଛି । ଏହା ସହିତ ଅଶୋଧିତ ତୈଳ ଯୋଗାଣ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇପାରେ ।

ତେବେ ହାମାସ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟରେ ୪ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ସହ ଇସ୍ରାଏଲର ବାଣିଜ୍ୟ ୧୦ ବିଲିୟନ ଡଲାରରୁ ଟିକେ ଅଧିକ । ୨୦୨୩ ଆର୍ଥିକ ବର୍ଷରେ ଇସ୍ରାଏଲକୁ ରପ୍ତାନି ହେଉଛି ୮.୫ ବିଲିୟନ ଡ଼ଲାର ଏବଂ ଆମଦାନୀ ହେଉଛି ୨.୩ ବିଲିୟନ ଡ଼ଲାର ।

ଅଶୋଧିତ ତେଲର ମୂଲ୍ୟ କେତେ?
ବର୍ତ୍ତମାନ ଏହି ଯୁଦ୍ଧ ପଶ୍ଚିମ ଏସିଆର ଅନେକ ଅଞ୍ଚଳରେ ବ୍ୟାପିଛି । ଏହା ସହିତ ଅନ୍ୟାନ୍ୟ ଦେଶ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି । ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ୪.୦୮ ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପିଛା ୮୬.୧୭ ଡଲାର ହୋଇଛି । ଏଥି ସହିତ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ୩.୮୦ ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପିଛା ୮୭.୭୯ ଡଲାର ହୋଇଛି ।

Get real time updates directly on you device, subscribe now.