fbpx

ଦୁଇଦିନ ତଳେ ନିହତ ହୋଇଥିଲେ ହିଜବୁଲ୍ଲା ମୁଖ୍ୟ, ଆଜି ଚାଲିଗଲେ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ନସରଲା ଉତ୍ତରାଧିକାରୀ ସାଫିଦିନ ନିହତ । ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ନେତା ସିଫିଦିନ ନିହତ ହୋଇଥିବା ସୂଚନା ରହିଛି । ବେରୁତର ବଙ୍କରରେ ଲୁଚିଥିବା ବେଳେ ଏୟାର ଷ୍ଟାଇକରେ ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ନିହତ ବ୍ୟକ୍ତି ହିଜବୁଲ୍ଲା ମୁଖ୍ୟ ନସରଲାଙ୍କ ଉତ୍ତରାଧିକାରୀ ହାସିମ ସାଫିଦିନ । ପ୍ରକାଶଥାଉକି, ଦୁଇ ଦିନ ତଳେ ଇସ୍ରାଏଲ ଆକ୍ରମଣରେ ନସରାଲଙ୍କର ମୃତ୍ୟୁ ହୋଇଥିଲା । ହାସିମ ସାଫିଦିନଙ୍କ ମୃତ୍ୟୁ ନେଇ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ପ୍ରକାଶ କରାଯାଇ ନାହିଁ ।

ଇସ୍ରାଏଲ ଆକ୍ରମଣରେ ନସରାଲଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ଅନ୍ତିମ ସଂସ୍କାର କରାଯାଇ ନାହିଁ । ଶୁକ୍ରବାର ଦିନ ହିଜବୁଲ ମୁଖ୍ୟ ନାସରାଲ୍ଲାଙ୍କ ଅନ୍ତିମ ସଂସ୍କାର କରାଯିବ । ନାସରାଲ୍ଲାଙ୍କ ମୃତ୍ୟୁ ପରେ ଖାମେନେଇଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଥିଲା । ଏହା ପରେ ଖାମେନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.