fbpx

ହେବାକୁ ଯାଉଛି କି ତୃତୀୟ ବିଶ୍ୱଯୁଦ୍ଧ ! ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଏହିପରି ଭୟଙ୍କର ଭବିଷ୍ୟବାଣୀ କରିଥିଲେ ନୋଷ୍ଟ୍ରାଡାମସ

Advertisement

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ନୋଷ୍ଟ୍ରାଡାମସଙ୍କ ଏକ ଭବିଷ୍ୟବାଣୀକୁ ନେଇ ଏବେ ଆଲୋଚନା ହେଉଛି । ଫ୍ରାନ୍ସର ଏହି ଦାର୍ଶନିକ ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧ ହେବ । ଆତଙ୍କୀ ସଂଗଠନ ହମାସ ଉପରେ ଇସ୍ରାଏଲ୍ ପକ୍ଷରୁ ଦିଆଯାଇଥିବା ଯୁଦ୍ଧ ଡାକରା ଏବେ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀକୁ ସତ୍ୟ ପ୍ରମାଣିତ କରିବାକୁ ଯାଉଛି ବୋଲି ଆଲୋଚନା ହେଉଛି ।

ଇସ୍ରାଏଲ ଓ ପାଲେଷ୍ଟାନୀୟ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହିତ ହମାସ୍ ଆତଙ୍କବାଦୀଙ୍କ ବର୍ବରତାର ଚିତ୍ର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଇସ୍ରାଏଲ୍ ଏବେ ପଣ କରିଛି ହମାସ୍ ସଂଗଠନକୁ ନିପାତ କରି ହିଁ ଛାଡିବ ।

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଏହି ଯୁଦ୍ଧରେ ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଯେପରିକି ଆମେରିକା, ବ୍ରିଟେନ, ଭାରତ ଓ ଅଷ୍ଟ୍ରେଲିଆ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ମାତ୍ର ଅଳ୍ପ କେତୋଟି ମୁସଲିମ୍ ରାଷ୍ଟ୍ର ଯେପରିକି ଇରାନ ଓ ପାକିସ୍ଥାନ ପାଲେଷ୍ଟାଇନକୁ ସମର୍ଥନ କରୁଛି । ସେହିପରି ବିଶ୍ୱର ଅନ୍ୟ ଏକ ପଟେ ସୋଭିଏତ୍ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧକୁ ନେଇ ମଧ୍ୟ ବିଶ୍ୱ ୨ ଭାଗ ହୋଇଛି । ତେଣୁ ଏହାକୁ ଦେଖି ଏବେ ଅନୁମାନ ଲଗାଯାଉଛି ଯେ, ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି କ୍ରମରେ କୁହାଯାଉଛି ଫ୍ରାନ୍ସର ଦାର୍ଶନିକ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ ଏବେ ସତ ହୋଇଛି । ୨୦୨୩ରେ ଏକ ବଡ ଯୁଦ୍ଧ ହେବ ବୋଲି ନୋଷ୍ଟ୍ରାଡାମସ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ନୋଷ୍ଟ୍ରାଡାମସ ଜର୍ମାନୀରେ ଆଡଲଫ ହିଟଲରଙ୍କ ଉଦୟ ଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ଗୁଳି ମାରି ହତ୍ୟା କରାଯିବା ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ । ଏହା ବ୍ୟତିତ ଗତ ୧୦୦ ବର୍ଷ ଭିତରେ ନୋଷ୍ଟ୍ରାଡାମସ କରିଥିବା ଆହୁରି ଅନେକ ଭବିଷ୍ୟବାଣୀ ବି ସତ ହୋଇଛି ।

Get real time updates directly on you device, subscribe now.