fbpx
BSKY
BJD MC SKY
BJD MS SKY

ଇସ୍ରାଏଲରେ ହମାସ କଲା ଆକ୍ରମଣ, ୪୦ ମୃତ: ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ଗାଜାରେ ୧୯୮ ଜଣ ପ୍ରାଣ ହରାଇଛନ୍ତି, ୧୬୧୦ ଆହତ , ଦେଖନ୍ତୁ Video

ନୂଆଦିଲ୍ଲୀ: ଇସ୍ରାଏଲରେ ହମାସର ଆକ୍ରମଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଇସ୍ରାଏଲର ଜାତୀୟ ଉଦ୍ଧାର ସେବା ଦ୍ୱାରା ଏହି ସୂଚନା ଦିଆଯାଇଛି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପାଇଁ ଦୁନିଆର ଅନେକ ଦେଶ ଚିନ୍ତିତ ଅଛନ୍ତି ।

ଏହି ସମୟରେ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହମାସ ଆକ୍ରମଣ ପରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜବାବ କାର୍ଯ୍ୟାନୁଷ୍ଠାନରେ ଗାଜାରେ ଅତି କମରେ ୧୯୮ ଜଣ ମରିଛନ୍ତି ଓ ୧୬୧୦ ଜଣ ଆହତ ହୋଇଛନ୍ତି ।

ଶତାଧିକ ଆହତଙ୍କୁ ଇସ୍ରାଏଲର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଇସ୍ରାଏଲର ଦକ୍ଷିଣରେ ଅଦୃଶ୍ୟ ଯୁଦ୍ଧ ପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ଦିନ ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ‘ସତର୍କ ରହିବାକୁ’ ଏବଂ ‘ସୁରକ୍ଷା ନିୟମ ପାଳନ କରିବାକୁ’ ପରାମର୍ଶ ଦେଇଛି ।

Get real time updates directly on you device, subscribe now.