fbpx
BSKY
BJD MC SKY
BJD MS SKY

ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ‘Air India’ର ୨ ବିମାନ ବାତିଲ

ଓଡ଼ିଶା ଭାସ୍କର: ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଏୟାର ଇଣ୍ଡିଆର ୨ ବିମାନ ବାତିଲ । ନୂଆଦିଲ୍ଲୀରୁ ତେଲ୍‌ ଆଭିଭ୍‌ ଯାଉଥିବା ଓ ଆସିବାକୁ ଥିବା ବିମାନ ବାତିଲ କଲା ଏୟାର ଅଣ୍ଡିଆ । ଇସ୍ରାଏଲ ଉପରେ ହମାସର ରକେଟ୍‌ ମାଡ଼ ପରେ ଉଡ଼ାଣ ବାତିଲ କରାଯାଇଛି । ପାସେଞ୍ଜର ଓ କ୍ରିଉ ମେମ୍ବରଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ବାତିଲ କରାଗଲା । ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଏଆଇ ୧୩୯ ନୂଆଦିଲ୍ଲୀରୁ ଅପରାହ୍ନ ୩ଟା ୩୫ରେ ବାହାରି ସନ୍ଧ୍ୟା ୭ଟା ୫ରେ ତେଲ ଆଭିଭ୍‌ ରେ ପହଞ୍ଚିବାର ଥିଲା। ଆସିବାକୁ ବିମାନ ଏଆଇ୧୪୦ ତେଲ ଅବିବରୁ ରାତି ୧୦ଟା ୧୦ରେ ବାହାରି ରବିବାର ସକାଳ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବାର ଥିଲା। ତେଲ ଆଭିଭକୁ ଏୟାର ଇଣ୍ଡିଆର ୫ଟି ସାପ୍ତାହିକ ବିମାନ ଯାଉଥିଲା ।

Get real time updates directly on you device, subscribe now.