fbpx

ପ୍ରତିଶୋଧ ନେବ ଇଜରାଏଲ, ଇରାନ ଉପରେ ଆକ୍ରମଣ କରିବାକୁ ଡାକିଲା ବୈଠକ

ନୂଆଦିଲ୍ଲୀ: ଇଜରାଏଲ ଉପରେ ଇରାନର ୧୮୦ ମିଜାଇଲ ଆଟାକର ପ୍ରତିେଶୋଧ ନେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଲେଣି ରଣନୀତି ପ୍ରସ୍ତୁତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ୟାବିନେଟ ବୈଠକ ହେବାକୁ ଯାଉଛି । ବୈଠକ ପରେ ଇଜରାଇଲର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ମିଳିବ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ସଂଜମତା ରକ୍ଷା କରିବାରୁ ପରାମର୍ଶ ଦେଇଛନ୍ତି । ରିପୋର୍ଟ ମୁତାବକ, ଇଜରାଇଲ ଗୁରୁବାରକୁ ଇରାନ ଆକ୍ରମଣ ଉପରେ ଅନ୍ତିମ ନିଷ୍ପତ୍ତି ନେବ ଓ ସୁରକ୍ଷା ପାଇଁ କ୍ୟାବିନେଟରେ ମତଦାନ କରାଯିବ ।

ଏହାକୁ ଦେଖି ଲାଗୁଛି, ଇଜରାଇଲକୁ ଆମେରିକାଠାରୁ ସବୁଜ ସଙ୍କେତ ମିଳିଯାଇଛି । କାରଣ ବୁଧବାର ଦୀର୍ଘ ସମୟ ଧରି ବାଇଡେନଙ୍କ ସହ ନେତାନ୍ୟାହୁଙ୍କ ସହ ଟେଲିଫୋନ ବାର୍ତ୍ତା ପରେ କ୍ୟାବିନେଟ ବୈଠକ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଇଜରାଇଲ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗେଲେଣ୍ଟ ପ୍ରତିଶୃତି ନେଇଥିଲେ କି, ଇରାନ ବିରୋଧରେ ଇଜରାଇଲ ଆକ୍ରମଣ, ଧମାକାଦାର, ଆଶ୍ଚର୍ଯ୍ୟଜନକ ହେବ । ଏହା ପରେ ଅଗଷ୍ଟ ମାସ ପରେ ବାଇଡେନ ଓ ନେତାନ୍ୟାହୁଙ୍କ ମଧ୍ୟରେ ୩୦ ମିନି୍ଟ ଧରି ବାର୍ତ୍ତାଳାପ ହୋଇଥିଲା । ତେଣୁ ଶୀଘ୍ର ହିଁ ଇଜରାଇଲ ହମାସ ଓ ହିଜବୁଲ୍ଲାହ ଉପରେ ତାର ଆକ୍ରମଣକୁ ଆହୁରି ଶକ୍ତ କରିବ ।

ଇଜରାଇଲର ବୈଠକ ଡାକରା ପରେ ଆଲୋଚନା ହେଉଛି କି, ନେତାନ୍ୟାହୁ ଇରାନ ସୈନ୍ୟ ଠିକଣା ଉପରେ ଆକ୍ରମଣ ଜୋରଦାର କରିବେ । ସବୁଠାରୁ ଆଗରେ ଇରାନୀ ଏୟାର ଡିଫେନ୍ସ ସିଷ୍ଟମ ଓ ମିସାଇଲ ଲଞ୍ଚିଂ ବେସକୁ ଟାର୍ଗେଟ କରିପାରେ, ଯେମିତି ଇରାନୀ ସେନାର ଭରସା ତୁଟିଯିବ ।

Get real time updates directly on you device, subscribe now.