ଗାଜା ହସ୍ପିଟାଲରୁ କର୍ମଚାରୀ ଏବଂ ରୋଗୀଙ୍କୁ ବନ୍ଦୀ କରିନେଲା ଇସ୍ରାଏଲ ସେନା! ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଶନିବାର ରାତିରେ ଉତ୍ତର ଗାଜାରେ ଥିବା ଏକ ହସ୍ପିଟାଲକୁ ପ୍ରତ୍ୟାବର୍ତ୍ତନ କରିଛି। ଗୋଟିଏ ଦିନ ପୂର୍ବରୁ ଏହି ହସ୍ପିଟାଲକୁ ଟାର୍ଗେଟ କରି ଆକ୍ରମଣ କରିଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ସୈନିକମାନେ ପାଖାପାଖି ୧୨ ଜଣ ପୁରୁଷ ମେଡିକାଲ କର୍ମଚାରୀ ଏବଂ କିଛି ରୋଗୀଙ୍କୁ ହେପାଜତରେ ନେଇଛି। ପରେ ପାଲେଷ୍ଟାଇନ ଅଫିସିଆଲ ସମାଚାର ଏଜେନ୍ସି .. କହିଛି ଯେ, ଉତ୍ତର ଗାଜାର ବେତ ଲୋହିୟାରେ ଅନେକ ଘର ଉପରେ ଇସ୍ରାଏଲ ଆକ୍ରମଣ କରିଛି, ଏଥିରେ ୩୦ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ।

ଇସ୍ରାଏଲ ସେନା କହିଛନ୍ତି ଯେ, ସେମାନେ ଗାଜା ସୀମାନ୍ତରେ ଥିବା ବେତ ଲୋହିୟାର ଏକ ବିଲ୍ଡିଂ ଭିତରେ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ମିଡିଆରେ ଯେପରି କୁହାଯାଉଛି, ସେପରି କିଛି ଘଟିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରାସାରିତ ଫୁଟେଜରେ ଇସ୍ରାଏଲ ସେନା ଗଲାପରେ ଅନେକ ବିଲ୍ଡିଂର କ୍ଷୟକ୍ଷତିକୁ ଦେଖାଯାଇଛି। ହସ୍ପିଟାଲରେ ୭୦ ଜଣ ଷ୍ଟାଫଙ୍କ ମଧ୍ୟରୁ ୪୪ ଜଣ ସେମାନଙ୍କ ହେପାଜତରେ ଥିଲେ। ପରେ ଏଥିରୁ ୧୪ଜଣଙ୍କୁ ମୁକ୍ତ କରାଯାଇଥିବା ବେଳେ ଅନ୍ୟାନ୍ୟ ଲୋକେ ଏବେ ବି ଇସ୍ରାଏଲ ଅକ୍ତିଆରରେ ଅଛି। କିନ୍ତୁ ଇସ୍ରାଏଲ ସେନା ପାଲେଷ୍ଟାଇନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି।