fbpx

ରାଷ୍ଟ୍ର ଉଦ୍ଦେଶ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ Live ଭାଷଣ: ‘ଆମେ ବିଜୟ ପାଇଁ ପ୍ରତିଶ୍ରୁତିବଦ୍ଧ’

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ‘ହମାସ’ର ଭୟଙ୍କର ଆକ୍ରମଣ ପରେ ଏବେ ସାରା ବିଶ୍ୱରେ ଯୁଦ୍ଧର ବାତାବରଣ ଖେଳିଯାଇଛି । ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଏହି ଲଢ଼େଇକୁ ଏହା ମଧ୍ୟରେ ୭୨ ଘଣ୍ଟା ପୂରିଗଲାଣି । ଏହି ଯୁଦ୍ଧରେ ଇସ୍ରାଏଲର ୯୦୦ ଲୋକଙ୍କର ମୃତ୍ୟୁ ଘଟିବା ସହିତ ୨୬୦୦ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଗାଜା ପଟ୍ଟୀରେ ୭୦୪ ଜଣଙ୍କ ମୃତ୍ୟୁ ଘଟିବା ସହିତ ପାଖାପାଖି ୪୦୦୦ ଲୋକ ଆହତ ହୋଇଥିବା କୁହାଯାଉଛି ।

ଦୁଇ ପକ୍ଷରୁ କେହି ବି ପଛକୁ ହଟିବା ସପକ୍ଷରେ ନାହାନ୍ତି । ପଛକୁ ହଟିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଏହା ମଧ୍ୟରେ ନେତାନ୍ୟାହୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲାଇଭ୍ ଭାଷଣ ଦେଇଛନ୍ତି । ସେ କହିଛନ୍ତି, ହମାସ ଯୁଦ୍ଧ ଚାହୁଁଛି ଓ ସେ ଯୁଦ୍ଧର ସାମ୍ନା କରିବ । ଆଇଏସଆଇଏସ ଯେପରି ଦୁନିଆରୁ ଧ୍ୱଂସ ପାଇଥିଲା ସେହିପରି ଭାବେ ଆମେ ହମାସକୁ ସମାପ୍ତ କରିଦେବୁ । ଏବେ ବି ଦେଶ ଭିତରରେ ଅନେକ ଆତଙ୍କବାଦୀ ରହିଛନ୍ତି, ସେମାନଙ୍କୁ ନିପାତ କରିବା ପାଇଁ ପ୍ରୟାସ ଜାରି ରହିଛି ।

ଲେବାନନ ଓ ୱେଷ୍ଟ ବ୍ୟାଙ୍କ ସହିତ ନିଜର ସୀମାକୁ ମଜବୁତ କରିବାକୁ ଆମେ କାର୍ଯ୍ୟ ଜାରି ରଖିଛୁ । ବୃହତ ସ୍ୱାଧୀନତା ସହିତ ଆଗକୁ ବଢ଼ିବା ପାଇଁ ଆମେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମର୍ଥନ ହାସଲ ପାଇଁ ଚାହୁଁଛୁ । ଏକ ଜରୁରୀକାଳୀନ ମିଳିତ ସରକାର ଗଠନ କରିବା ପାଇଁ ମୁଁ ବିପକ୍ଷ ଦଳର ନେତାଙ୍କୁ ଆହ୍ୱାନ କରୁଛି । ହମାସ ଯେଉଁ ସବୁ ସ୍ଥାନରେ ରହି ସଞ୍ଚାଳନ କରୁଥିବ, ସେସବୁକୁ ଧ୍ୱଂସସ୍ତୁପରେ ପରିଣତ କରିଦିଆଯିବ । ଦେଶର ଆଭ୍ୟନ୍ତରୀଣ ବିଭାଜନ ଏକ ପୁରୁଣା କଥା । ଗାଜା ଷ୍ଟ୍ରିପ ଚାରିପାଖରୁ ଆତଙ୍କବାଦୀଙ୍କୁ ସଫା କରିବା ଆମର ପ୍ରଥମ ପଦକ୍ଷେପ ହେବ । ଅନ୍ତର୍ଜାତୀୟ ସ୍ତରର ଅଦୃଶ୍ୟ ସହଯୋଗ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଏବେ ବି ଇସ୍ରାଏଲ ଭିତରେ ଅନେକ ପାଲେଷ୍ଟିନୀୟ ଆତଙ୍କବାଦୀ ରହିଛନ୍ତି । ଆମେ ନିଜର ଶତ୍ରୁଙ୍କ ସହିତ ଯାହା କରିବୁ ତାହା ପରବର୍ତ୍ତୀ ପୀଢ଼ିଙ୍କ କାନରେ ଗୁଞ୍ଜରିତ ହେବ । ଆମେରିକୀୟ ଯୁଦ୍ଧ ବିମାନର ମହତ୍ତ୍ୱକୁ ଆମର ଶତ୍ରୁମାନେ ବୁଝିପାରନ୍ତି । ଅପହୃତ ଓ ନିଖୋଜଙ୍କ ପାଇଁ ଆମେ କିଛି ବି କରିପାରୁ । ଆଗକୁ ଆମକୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ ଓ ଆମେ ବିଜୟ ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ ।

Get real time updates directly on you device, subscribe now.