ସ୍ପେସ୍ ଯାତ୍ରାରେ ଶୁଭାଂଶୁଙ୍କ ସାଙ୍ଗ ୱାଟର ବିୟର, ଅନ୍ୟ ଜୀବଙ୍କଠାରୁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ

୧୪ ଦିନିଆ ସ୍ପେସ୍ ମିଶନ ପାଇଁ ପ୍ରସ୍ତୁତ ଇସ୍ରୋ । ୱାଟର ବିୟର ଦ୍ୱାରା ମହାକାଶର ତଥ୍ୟ ସଂଗ୍ରହ କରାଯିବ ।

ହାଇଦ୍ରାବାଦ୍: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନରୁ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି । ଏ ନେଇ ଇସ୍ରୋ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସରିଛି ।

ଭାରତରୁ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଇସ୍ରୋ ୱାଟର ପିୟରକୁ ମଧ୍ୟ ସ୍ପେସ୍ ପଠାଇବାର ଯୋଜନା ରଖିଛି । ଏନଜିଓମ୍ ସ୍ପେସ୍ ସହିତ ମିଳିତ ଭାବେ ଇସ୍ରୋ ଏଞ୍ଜିମ-୪ ମିଶନକୁ ସଫଳ କରିବାର ଉଦ୍ଦେଶ୍ୟ ରଖିଛି ।

ସ୍ୱେସରେ ଭାରତ ପକ୍ଷରୁ ଏକାଧିକ ଗବେଶଣା କରାଯିବାର ଲକ୍ଷ୍ୟ ରହିଛି । ତେବେ ଶୁଭାଂଶୁଙ୍କ ସହ ୱାଟର ବିୟର ପଠାଇବାର କାରଣ ମଧ୍ୟ ଗବେଷଣା ବୋଲି କୁହାଯାଉଛି । ତେବେ ଚାଲନ୍ତୁ ଜାଣିବା ସ୍ପେସ୍ ଯିବାକୁ ଥିବା ଏହି ୱାଟର ବିୟର କ’ଣ…

ୱାଟର ବିୟରସ୍ ପ୍ରଥମେ ୧୭୭୩ରେ ଜର୍ମାନର ଜିଲୋଜିଷ୍ଟ ଇଫ୍ରେମ୍ ଜଜ୍ ଚିହ୍ନଟ କରିଥିଲେ । ଏହି ଜୀବର ସାଇଣ୍ଟିଫିକ୍ ନାମ ଅନୁସାରେ ତା’ ଅର୍ଥ ହେଲା ‘ସ୍ଲୋ ୱାକର’ ।୧୭୭୬ରେ ଇଟାଲିର ବାୟୋଲୋଜିଷ୍ଟ ଏପରି ନାମକରଣ କରିଥିଲେ ।

ଏହି ଜୀବର ବିଶେଷତ୍ୱ ହେଉଛି ଏମାନେ ଯେ କୌଣସି ଜଳବାୟୁରେ ରହିପାରିବେ । ପୃଥିବୀରେ ପାହାଡଠାରୁ ଆରମ୍ଭ କରି ସମୁଦ୍ର ଗଭୀରରେ ଏହି ଜୀବ ବାସ କରୁଥିବାର ଦେଖିବାକୁ ମିଳିଛି ।

ପ୍ରତିଟି ପାଣିପାଗ ସହ ଏହା ସହଜରେ ଖାପଖୁଆଇ ବାସ କରେ ବୋଲି ବୈଜ୍ଞାନିକଙ୍କ ମତ । ସେମାନଙ୍କ ଶରୀରରେ ୧୦୦୦ରୁ ଅଧିକ କୋଷିକା ରହିଛି । ସେମାନଙ୍କ ଶରୀର ତରଳ ପଦାର୍ଥରେ ଭରି ହୋଇ ରହିଛି ।

ସ୍ପେସ୍ରେ ଜୀବ କେଉଁଭଳି ଭାବେ ରୁହନ୍ତି, ସେମାନଙ୍କ ଜୀବନକାଳ କେମିତି ଥାଏ ସେ ସମ୍ପର୍କରେ ଜାଣିବା ପାଇଁ ଇସ୍ରୋ ୱାଟର ବିୟରକୁ ସ୍ପେସ୍ ପଠାଯିବାର ଯୋଜନା କରିଛି ଇସ୍ରୋ ।