fbpx

(video)ମାମୁଁ ଘରେ ଘୁରି ବୁଲୁଥିବା ବେଳେ ପ୍ରଜ୍ଞାନ ରାସ୍ତାରେ ପଡିଗଲା ଏକ ଗର୍ତ୍ତ, ଦେଖନ୍ତୁ ଏହାପରେ କ’ଣ କଲା ପ୍ରଜ୍ଞାନ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ(ଇସ୍ରୋ) ଶନିବାର ଚନ୍ଦ୍ରଯାନ ୩ ପ୍ରଜ୍ଞାନ ରୋଭରର ଆଉ ଏକ ଭିଡିଓ ଜାରି କରିଛି । ଏହି ଭିଡିଓରେ ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ବୁଲୁଥିବାର ନଜର ଆସୁଛି । ଦିନକ ପୂର୍ବରୁ ଇସ୍ରୋ କହିଥିଲା ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ପ୍ରାୟ ୮ ମିଟର ଦୂରତା ସଫଳତାପୂର୍ବକ ଅତିକ୍ରମ କରିସାରିଛି ଓ ଏହାର ସମସ୍ତ ଉପକରଣ ଚାଲୁ ହୋଇଯାଇଛି । ଏବେ ମିଳିଥିବା ତାଜା ଭିଡିଓରେ ପ୍ରଜ୍ଞାନ ଶିବଶକ୍ତି ପଏଣ୍ଟ ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି ।

ଇସ୍ରୋ ୪୦ ସେକେଣ୍ଡର ଏକ ଭିଡିଓ ସେୟାର କରି କହିଛି ପ୍ରଜ୍ଞାନ ରୋଭର ଦକ୍ଷିଣ ମେରୁରେ ଚନ୍ଦ୍ରରେ ରହସ୍ୟ ଖୋଜିବା ଲାଗି ଶିବଶକ୍ତି ପଏଣ୍ଟର ଆଖପାଖରେ ଘୁରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ରୋଭର ପ୍ରଜ୍ଞାନ ଏହାର ଚକର ଚିହ୍ନ ପଛରେ ଛାଡି ଛାଡି ଯାଉଛି । ଏହି ସମୟରେ ତା ସାମ୍ନାରେ ଏକ ଗର୍ତ୍ତ ପଡିଯାଇଛି ଯାହାକୁ ସେ ପାର କରିଯାଇଛି । ଗର୍ତ୍ତର ଆଗକୁ ଯାଇ ରୋଭର ପୁଣି ପଛକୁ ଫେରି ଚାହୁଁଛି ।

 

Get real time updates directly on you device, subscribe now.