ଇସ୍ରୋ ଜାରିକଲା ମହାକୁମ୍ଭର ୨ଟି ଫଟୋ,ପୂର୍ବରୁ ଦେଖାଯାଉଥିଲା ଏପରି ଆଉ ଏବେ…
ସ୍ପେଶରୁ ଏମିତି ଦେଖାଯାଉଛି ମହାକୁମ୍ଭ। ଇସ୍ରୋ ଜାରି କରିଛି ମହାକୁମ୍ଭର ଦୁଇଟି ଫଟୋ। ସାଟେଲାଇଟ୍ ଫଟୋରେ ପ୍ରୟାଗରାଜର ଶିବାଳୟ ପାର୍କ ମଧ୍ୟ ସାମିଲ ରହିଛି।
ପ୍ରୟାଗରାଜ: ଇସ୍ରୋ ଜାରି କଲା ମହାକୁମ୍ଭର ଫଟୋ। ସ୍ପେଶରୁ ଏମିତି ଦେଖାଯାଉଛି ମହାକୁମ୍ଭ। ବୁଧବାର ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଛି ।
ପ୍ରୟାଗରାଜର ସଙ୍ଗମ ତଟ ମହାକୁମ୍ଭ ନହେବା ପୂର୍ବରୁ କେମିତି ଦେଖାଯାଉଥିଲା ଏବଂ ମହାକୁମ୍ଭ ପରେ କେମିତି ଦେଖାଯାଉଛି ଏହାର ୨ ଟି ଫଟୋ ଜାରି କରିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ।
୧୪୪ ବର୍ଷ ପରେ ମହାକୁମ୍ଭ: ଏହି ଦିନକୁ ଶ୍ରଦ୍ଧାଳୁମାନେ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥିଲେ। ଦୀର୍ଘ ୧୪୪ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ।
କାହିଁ କୋଉ କୋଣରୁ ଭକ୍ତ ପ୍ରୟାଗରାଜର ସଙ୍ଗମ ତଟରେ ବୁଡ଼ ପକାଇବାକୁ ଆସିଛନ୍ତି। ହାଡ଼ ଭଙ୍ଗା ଶୀତକୁ ଖାତିର ନକରି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ଏବଂ ପୂଣ୍ୟ ଅର୍ଜନ କରୁଛନ୍ତି।
ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ୱୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଅନେକ ଚେହେରା ମଧ୍ୟ ଏହି କୁମ୍ଭ ମେଳାରୁ ଭାଇରାଲ ହେଉଛି।
କେତେ ଦିନ ଚାଲିବ ମେଳା: ମହାକୁମ୍ଭକୁ ନେଇ ଏବେ ସବୁଠି ଚର୍ଚ୍ଚା। ଜାନୁଆରୀ ୧୩ ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୪୫ ଦିନ ଧରି ଏହି ମେଳା ଆୟୋଜିତ କରାଯାଇଛି।
ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ଼ ମଧ୍ୟ ଜମୁଛି। କିଏ ନିଜ ବ୍ୟବସାୟ ପାଇଁ ଏଠାକୁ ଆସିଛି। ତ ଆଉ କିଏ ଧର୍ମ ଅର୍ଜନ କରିବା ପାଇଁ ପ୍ରୟାଗରାଜର ପବିତ୍ର ଭୂମିରେ ପାଦ ଦେଇଛି।
ଇସ୍ରୋ ପଠାଇଲା ଫଟୋ: ଆଉ ଏହାରି ଭିତରେ ବୁଧବାର ଇସ୍ରୋ ପକ୍ଷରୁ ୨ ପ୍ରକାର ସାଟେଲାଇଟ୍ ଚିତ୍ର ଜାରି କରାଯାଇଛି।
ପ୍ରୟାଗରାଜର ସଙ୍ଗମ ତଟ ପୂର୍ବରୁ ଅର୍ଥାତ୍ ମହାକୁମ୍ଭ ନହେବା ପୂର୍ବରୁ କେମିତି ଦେଖାଯାଉଥିଲା ଏବଂ ମହାକୁମ୍ଭ ପରେ କେମିତି ଦେଖାଯାଉଛି। ତାହାର ଫଟୋ ଜାରି କରିଛି।
ସାଟେଲାଇଟ୍ ଦ୍ୱାରା ନିଆଯାଇଥିବା ଏହି ଫଟୋରେ ପ୍ରୟାଗରାଜର ଶିବାଳୟ ପାର୍କ ମଧ୍ୟ ସାମିଲ ରହିଛି। ଯାହା ୧୨ ଏକର ଜମିରେ ଭାରତର ନକ୍ସା ଭଳି ଦୂରରୁ ଦେଖାଯାଉଛି। ଏହି ପାର୍କ ଏବେ ମହାକୁମ୍ଭର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି।