fbpx

ଭାରତୀୟ ଆଇଟି ସେକ୍ଟରରୁ ଆସିଲା ସକକାରାତ୍ମକ ସଙ୍କେତ: ଫ୍ରେଶର୍ସଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି TCS, କଗ୍ନିଜାଣ୍ଟ ଓ ଆସେଞ୍ଚର ପରି ପ୍ରତିଷ୍ଠିତ ଟେକ୍ କମ୍ପାନୀ

ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ବିଶ୍ୱରେ ଟେକ୍ନୋଲୋଜି କ୍ଷେତ୍ରରେ ବହୁମାତ୍ରାରେ ଛଟେଇ ଚାଲିଥିବା ବେଳେ ଆଗକୁ କିଛି କମ୍ପାନୀରୁ ବହୁ କର୍ମଚାରୀ ବିଦା ହୋଇ ପାରନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ଆଇଟି ସେକ୍ସଟରରେ ସକାରାତ୍ମକ ସଙ୍କେତ ଦେଖିବାକୁ ମିଳିଛି । ଦେଶର କିଛି ଅଗ୍ରଣୀ ଆଇଟି କମ୍ପାନୀ ଟେକ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟିସିଏସ, କଗ୍ନିଜାଣ୍ଡ ଓ ଆସେଞ୍ଚର ପରି ପ୍ରତିଷ୍ଠିତ ଟେକ୍ କମ୍ପାନୀମାନେ ତାମିଲନାଡ଼ୁ କଲେଜମାନଙ୍କରେ ବହୁସଂଖ୍ୟକ ଟେକ୍ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି । ଏହି କମ୍ପାନୀମାନେ ଚେନ୍ନାଇର କଲେଜ ଅଫ୍ ଇଞ୍ଜିନିୟରିଂ (ସିଇଜି) ଓ ଏମଆଇଟି ପରି ପ୍ରତିଷ୍ଠିତ କଲେଜରେ ଫ୍ରେଶର୍ସଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି ।

ଏକ ରିପୋର୍ଟ ମୁତାବକ, ଟିସିଏସ, କଗ୍ନିଜାଣ୍ଡ ଓ ଆସେଞ୍ଚର ଆସନ୍ତା ମାସରେ ଚେନ୍ନାଇର ଇଞ୍ଜିନିୟରିଂ କଲେଜରେ କ୍ୟାମ୍ପସ ପ୍ଲେସମେଣ୍ଟ ପାଇଁ ଯିବେ । ସେପ୍ଟେମ୍ବର ମାସରେ ଏହି ପ୍ରତିଷ୍ଠିତ କମ୍ପାନୀମାନେ ଦକ୍ଷତାସମ୍ପନ୍ନ ଆଇଟି ଫ୍ରେସର୍ଶଙ୍କୁ ଭର୍ତ୍ତି କରିବେ ଓ ଆକର୍ଷଣୀୟ ବେତନ ପ୍ୟାକେଜ୍ କରିବେ । ଆସନ୍ତା ମାସରେ ପ୍ଲେସମେଣ୍ଟ ପାଇଁ କ୍ୟାମ୍ପସ ଆସିବା ନେଇ ଟିସିଏସ୍ ପକ୍ଷରୁ ଇ-ମେଲ ଆସିଥିବା ଇସବାରୀ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲ କହିଛନ୍ତି । ସେହିପରି ଅନ୍ୟ ଏକ ଟେକ୍ କମ୍ପାନୀ କଗ୍ନିଜାଣ୍ଡ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦେବା ସହ ନିଯୁକ୍ତି ଦେବ ବୋଲି ସେ କହିଛନ୍ତି ।

ଜଣେ ପ୍ଲେସମେଣ୍ଟ ଅଧିକାରୀଙ୍କ ଅନୁଯାୟୀ, ଟିସିଏସ୍ ଫ୍ରେଶର୍ସଙ୍କୁ ୩ଟି ବର୍ଗରେ ବିଭକ୍ତ କରିବ । ସେଥିମଧ୍ୟରେ ନିଞ୍ଜା, ଡିଜିଟାଲ ଓ ପ୍ରାଇମ୍ ରହିଛି । ବେତନ ଓ ପ୍ୟାକେଜ ମଧ୍ୟ ବର୍ଗ ଆଧାରରେ ଅଲଗା ଅଲଗା ରହିବ । ଡିଜିଟାଳ ଓ ପ୍ରାଇମ ବର୍ଗର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୭ ଲକ୍ଷ ଟଙ୍କାର ପ୍ୟାକେଜ୍ ଓ ୟୁଜି ଛାତ୍ରଛାତ୍ରୀଙ୍କୁ ୯ ଲକ୍ଷର ପ୍ୟାକେଜ୍ ମିଳିବ । ସେହିପରି ଗୁଗଲ ଓ ମାଇକ୍ରୋସଫ୍ଟ ପରି ବଡ଼ କମ୍ପାନୀର କ୍ୟାମ୍ପସ ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ଆସିଥବବା ଅନ୍ନା ୟୁନିଭରସିଟିର ସେଣ୍ଟର ଅଫ୍ ୟୁନିଭରସିଟି-ଇଣ୍ଡଷ୍ଟ୍ରି କୋଲାବରେସନର ନିର୍ଦ୍ଦେଶକ କହିଛନ୍ତି । ସେପ୍ଟେମ୍ବର ସୁଦ୍ଧା ୪୫ଟି କମ୍ପାନୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ ହେବେ ବୋଳି ସେ କହିଛନ୍ତି ।

Get real time updates directly on you device, subscribe now.