ଏମିତି ବି ହୁଏ ପରିଣାମ: ପୁଅକୁ ଗାଳି କରିବା ପରିବାର ପାଇଁ ପଡିଛି ମହଙ୍ଗା

ନୂଆଦିଲ୍ଲୀ: ଗାଳି ବଦଳରେ ମିଳିଛି ଗୁଳି । ଭୟଙ୍କର ହୋଇଛି ପୁଅକୁ ଗାଳି କରିବାର ପରିଣାମ । ନିଜ ମାଆକୁ ଗୁଳି କରିଛି ନାବାଳକ ପୁଅ । ବାପାଙ୍କ ପିସ୍ତଲରୁ କରିଛି ନିର୍ମମ ହତ୍ୟା ।

ଆଜି ଏମିତି ଏକ ଭୟଙ୍କର ଘଟଣା ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ । ପରୀକ୍ଷାରେ କମ ମାର୍କ ଆସିଲେ ପିଲାମାନଙ୍କୁ ଗାଳି କରନ୍ତି ଘରର ଗୁରୁଜନ । କିନ୍ତୁ ଏହି ଗାଳି କରିବା ଟା କେତେ ଯେ ମହଙ୍ଗା ପଡିପାରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଲୋକଲୋଚନକୁ ଆସିଛି । ପରିବାରର ତିନି ଜଣ ସଦସ୍ୟଙ୍କ ଜୀବନ ହରାଇ ଭୋଗିବାକୁ ପଡିଛି ଏହି ଗାଳିର ପରିଣାମ । ମା, ବାପା ଆଉ ଭାଇଙ୍କୁ ମାରି ନାବାଳକ ସାଜିଛି ଜଣେ ଦୁର୍ଦ୍ଦାନ୍ତ ହତ୍ୟାକାରୀ ।

ପରୀକ୍ଷାରେ କମ ନମ୍ବର ଆସିବାରୁ ଜଣେ ମା ତାଙ୍କ ୧୫ ବର୍ଷର ପୁଅକୁ ଗାଳି କରିଥିଲେ । କିନ୍ତୁ ତାଙ୍କର ଏହି ଗାଳି ତାଙ୍କ ପାଖକୁ ଫେରିଥିଲା ଗୁଳିର ରୂପ ନେଇ । ମାଆଙ୍କ ଗାଳିରେ ନାବାଳକ ପୁଅ ଏତେ ରାଗି ଯାଇଥିଲା ଯେ, ବାପାଙ୍କ ପିସ୍ତଲ ଆଣି ସେ ମାଆଭ୍କୁ ଗୁଳି କରି ଦେଇଥିଲା । ପୁଅର ଏହି ଗୁଳିରେ ସେଇଠି ଟଳି ପଡିଥିଲେ ମାଆ । ଏହା ଦେଖି ବାପା ଏବଂ ସାନ ଭାଇ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଗୁଳି କରି ବାପା ଓ ଭାଇଙ୍କୁ ମଧ୍ୟ ସେ ମୃତ୍ୟୁର ଚିର ନିଦ୍ରାରେ ଶୁଆଇ ଦେଇଛି । ନିଜ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରି ହତ୍ୟାକାରୀ ପାଳଟି ଯାଇଛି ମାତ୍ର ୧୫ ବର୍ଷର ନାବାଳକ ।ଏହାପରେ ପୋଲିସ ଛାନଭିନ କରି ଏହି ନାବାଳକକୁ ଗିରଫ କରିଥିବା ଜଣା ପଡିଛି ।

ତେବେ ଏ ଘଟଣା ହେଉଛି ସ୍ପେନର ବନ୍ଦରଗାହ ଅଞ୍ଚଳ ନିକଟବର୍ତ୍ତୀ ଏଲିକାଣ୍ଟେ ଅଞ୍ଚଳରେ । ଏମିତି ଏକ ଭୟାନକ ଘଟଣା ସମ୍ପର୍କରେ ପୋଲିସ ବିଭାଗକୁ ଖବର ଦେଇଛନ୍ତି ନାବାଳକର ମାଉସୀ । ଘଟଣାର ତିନି ଦିନ ପର୍ଯ୍ୟନ୍ତ ଏ ନେଇ କେହି ବି ଖବର ପାଇ ନଥିଲେ । ଶୁକ୍ରବାର ପୋଲିସ ଏ ନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିବା ସହ ନାବାଳକକୁ ଗିରଫ କରିଛି ।