fbpx

ଚନ୍ଦ୍ରରେ ପୁଣି ହେବ ରାତି, କାହିଁକି ନିଦରୁ ଉଠୁ ନାହାନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ

ନୂଆଦିଲ୍ଲୀ : ଚନ୍ଦ୍ରରେ ପୁଣିଥରେ ରାତି ହେବା ଆରମ୍ଭ ହୋଇ ସାରିଛି । କିନ୍ତୁ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନରୁ କୌଣସି ପ୍ରକାର ସଂକେତ ମିଳୁ ନାହିଁ । ୨୧ ସେପ୍ଟେମ୍ବରରେ ଚନ୍ଦ୍ର ସୂର୍ଯ୍ୟଙ୍କ ଆଡକୁ ବଢିଥିଲେ । ଏବେ ଆଠ ଦିନ ବିତି ସାରିଛି କିନ୍ତୁ ଇସ୍ରୋ ଦ୍ୱାରା ପଠାଯାଉଥିବା ସିଗନାଲକୁ କୌଣସି ରିଟର୍ଣ୍ଣ ସିଗନାଲ ଦେଉ ନାହାନ୍ତି । ଇସ୍ରୋ ଚନ୍ଦ୍ରଯାନ-୩, କୁ ୨୩ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣ ଧ୍ରୃବ ‘ଶିବଶକ୍ତି’ ପଏଣ୍ଟକୁ ପଠାଇ ଅବତରଣ କରିଥିଲେ । ଲ୍ୟାଣ୍ଡର ବିକ୍ରମ ପଙ୍ଖା ପରି ଉଡି ଚନ୍ଦ୍ର ପ୍ରୃଷ୍ଠରେ ଅବତରଣ କରିଥିଲେ । ପ୍ରଥମେ ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନରୁ ସଂକେତ ମିଳୁଥିଲା ।

କିନ୍ତୁ ଏହା ପରେ ସେମାନଙ୍କ କ୍ଷମତା କମିଗଲା ଫଳରେ ସେମାନେ ସଙ୍କେତ ଦେବା ବନ୍ଦ କରିଦେଲେ । ଏବେ ପୁଣି ବୈଜ୍ଞାନୀକମାନେ ଆଶା କରୁଛନ୍ତି ସୂର୍ଯ୍ୟ କିରଣ ଦ୍ୱାରା ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନର ବ୍ୟାଟେରୀ ଚାର୍ଜ ହେବ । ତେବେ ଚନ୍ଦ୍ରରେ ଯେତେବେଳେ ରାତି ହୁଏ ସେତେବେଳେ ଚନ୍ଦ୍ରରେ ତାପମାତ୍ରା ଶୂନ ଡିଗ୍ରୀରୁ ୧୮୦ ତାପମାତ୍ରା କମ ଥାଏ । ଏତେ ଥଣ୍ଡାରେ ବ୍ୟଟେରୀ ଏବଂ ଅନ୍ୟ ଜିନିଷ ଗୁଡିକ କାମ କରିବା ବନ୍ଦ କରିଦିଏ । ବିକ୍ରମକୁ ୪ ସେପ୍ଟେମ୍ବରରେ ଇସ୍ରୋ ଗ୍ରାଉଣ୍ଡେଡ କରିଥିଲେ । ସେବେଠାରୁ ପ୍ରଜ୍ଞାନ ପ୍ରୃଥିବୀ ତୁଳନାରେ ଚନ୍ଦ୍ର ପୃଷ୍ଟରେ ଶୋଇଛି । ୨୭ ଦିନ ହେବ ଶୋଇଛନ୍ତି । ବିକ୍ରମ ଗତ ୨୫ ଦିନରୁ କୌଣସି ସିଗନାଲ ପଠାଇ ନାହିଁ । ଚନ୍ଦ୍ରରେ ଗୋଟିଏ ଦିନ ଅର୍ଥାତ ପ୍ରୃଥିବୀରେ ୨୮ ଦିନ ପାଖାପାଖି ହୋଇଥାଏ । ୧୪ ଦିନ ସୂର୍ଯ୍ୟ ଚନ୍ଦ୍ର ଆକାଶରେ ରୁହନ୍ତି । ଏବଂ ବାକି ୧୪ ଦିନ ଚନ୍ଦ୍ରରେ ଅନ୍ଧକାର ଥାଏ ।

ତେବେ ଆଉ ୫ ଦିନ ପରେ ପୁଣି ଚନ୍ଦ୍ର ଆକାଶରେ ସୂର୍ଯ୍ୟ ଅସ୍ତ ହେବେ । ତେବେ ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନ ପାଖରେ ଆଉ ୫ ଦିନ ବାକି ଅଛି ସିଗନାଲ ପଠାଇବା ପାଇଁ । ଚନ୍ଦ୍ରଯାନ ୩ ଅଭିଯାନରେ ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନ ପ୍ରଥମେ ତାଙ୍କ କାମ ପୂରଣ କରିଛନ୍ତି । କିନ୍ତୁ ଯଦି ସେମାନେ ଉଠି ନିଜ କାମ କରିବେ ତେବେ ଏହା ଇସ୍ରୋପାଇଁ ଦ୍ୱିତୀୟ ସଫଳତା ହେବ । ତେବେ ସୂର୍ଯ୍ୟ କିରଣ ଏବେ ଚନ୍ଦ୍ରରେ କମ ହେବାରେ ଲାଗିଛି । ତେଣୁ ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନ ଉଠିବାର ସମ୍ଭାବନା ମଧ୍ୟ କମ ହେବାରେ ଲାଗିଛି । ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନ ଉଠିବା ପାଇଁ ଆଉ ୫ ଦିନ ସମୟ ବାକି ଅଛି । ୩୦ ସେପ୍ଟେମ୍ବର ପରେ ସୂର୍ଯ୍ୟ ଧିରେ ଧିରେ ଚନ୍ଦ୍ର ଆକାଶରୁ ଅସ୍ତ ହେବାକୁ ଲାଗିବେ । ୨୨ ସେପ୍ଟେମ୍ବରରେ ଇସ୍ରୋ କହିଥିଲା ବିକ୍ରମ ଏବଂ ପ୍ରଜ୍ଞାନକୁ ନେଇ ଆଶା ଛାଡି ନାହାନ୍ତି । ଏବେ ମଧ୍ୟ ଆଶା ଅଛି ଚନ୍ଦ୍ରରେ ଶୋଇଥିବା ଲ୍ୟାଣ୍ଡର ବିକ୍ରମ, ରୋବର ପ୍ରଜ୍ଞାନ ପୁଣି ଥରେ ଉଠିବେ ।

Get real time updates directly on you device, subscribe now.