fbpx

ରାଜ୍ୟରେ କାଲିଠାରୁ ପ୍ରବଳ ବାର୍ଷା: ୨୨ ଜିଲ୍ଲାକୁ ସତର୍କ ଜାରି

ଭୁବନେଶ୍ୱର: ଜ୍ୟରେ ଆଗାମୀ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ଆଗାମୀ ୨୪ ଘଂଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୨୬ ଜିଲ୍ଲା ଏବଂ ୨୭ ତାରିଖରେ ୭ ଜିଲ୍ଲା, ୨୮ ତାରିଖରେ ୫ ଜିଲ୍ଲା ଏବଂ ୨୯ ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ଆଗାମୀ ୨୪ ଘଂଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବଲାଙ୍ଗିର, କନ୍ଧମାଳ, ସୋନପୁର, ବୌଦ୍ଧ, ବରଗଡ଼଼, ସମ୍ବଲପୁର, ଦେବଗଡ଼଼, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଏବଂ ବାଲେଶ୍ୱର ଜିଲ୍ଲାକୁ ସତର୍କ କରାଇଛ ପାଣିପାଗ ବିଭାଗ । ୧୦ ଜିଲ୍ଲା ବରଗଡ଼, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଏହି ଜିଲ୍ଲାଗୁଡିକରେ ୧୨ରୁ ୨୦ ସେ.ମି. ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Get real time updates directly on you device, subscribe now.