fbpx

ପାଲେଷ୍ଟାଇନକୁ ସମର୍ଥନ କରିବା ପଡିଲା ମହଙ୍ଗା, ଫେସବୁକରେ ଚାନ୍ଦା ମାଗୁଥିଲେ ପୋଲିସ କନେଷ୍ଟବଳ

ଲକ୍ଷ୍ମୀପୁର ଖେରୀ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଳିଛି । ଏହାରି ମଧ୍ୟରେ ୟୁପି ପୋଲିସର ଜଣେ ସିପାହୀ ସୁହେଲ ଆନସାରୀଙ୍କୁ ପାଲେଷ୍ଟାଇନର ସମର୍ଥନ କରିବା ମହଙ୍ଗା ପଡିଲା । ସୁହେଲ ଫେସବୁକରେ ପାଲେଷ୍ଟାଇନକୁ ସମର୍ଥନ କରିବା ପାଇଁ ଚାନ୍ଦା ମାଗୁଥିଲା, ଏବଂ ତାହାର ସମର୍ଥନ କରୁଥିଲା । ଏହି ଘଟଣା ପରେ ଏସପି ସୁହେଲକୁ ସସପେଣ୍ଡ କରିବା ସହିତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ୟୁପି ଖେରୀ ଜିଲ୍ଲାରେ ସୁହେଲ ଆନସାରୀ ନାମକ ଏକ କନେଷ୍ଟବଳ ପାଲେଷ୍ଟାଇନକୁ ସର୍ମଥନ କରିବା ପାଇଁ ସମସ୍ତଙ୍କୁ ଚାନ୍ଦା ମାଗୁଥିଲେ । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା । ଏସିପି ଆରୋପି ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତ କରିବାକୁ କହିଛନ୍ତି । ତେବେ ଏସିପି କହିଛନ୍ତି ପୋଲିସର ଅନ୍ୟ କିଛି ମାମଲାରେ ମଧ୍ୟ ସୁହେଲ ବିରୋଧରେ ପ୍ରମାଣ ମିଳିଛି ଯାହା ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.