fbpx

Rape ନୁହେଁ Gang Rape! କୋଲାକାତା ମାମଲାରେ ଆସିଲା ନୂଆ ମୋଡ଼: ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆସିଛି ଏକ ନୂଆ ମୋଡ଼ । ଏହି ଘଟଣାରେ ପୀଡ଼ିତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହାକୁ ନେଇ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି । ସାରା ଦେଶରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି ଉଠିଥିବା ବେଳେ ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ ମାମଲାକୁ ଆହୁରି ସରଗରମ କରିଛି । ମହିଳାଙ୍କ ସହ ଦୁଷ୍କର୍ମ ନୁହେଁ, ବରଂ ଗଣ ଦୁଷ୍କର୍ମ ହୋଇଥିବା ଆଶଙ୍କା କରାଯାଉଛି । ଟ୍ରେନି ଡାକ୍ତରଙ୍କ ଦେହରେ ଥିବା କ୍ଷତରୁ ଅନୁମାନ କରାଯାଉଛି ଯେ, ମହିଳାଙ୍କୁ ଏକାଧିକ ଲୋକ ଆଘାତ ଦେଇଥିବା ନେଇ ଖୁଲାସା କରିଛନ୍ତି ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ । ମହିଳାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ପଢିବା ସମୟରେ ସେ ଏଭଳି ଏକ ସୂଚନା ଦେଇଛନ୍ତି । ଯାହାକୁ ନେଇ ପୁଣିଥରେ ମାମଲା ସରଗରମ ହୋଇଛି ।

ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ କହିଛନ୍ତି ଯେ, ମହିଳାଙ୍କ ପ୍ରାଇଭେଟ ପାର୍ଟରେ ପ୍ରାୟ ୧୫୧ ଗ୍ରାମ ଲିକ୍ୱିଡ୍ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି । ଏଥିରୁ ଏକାଧିକ ଲୋକଙ୍କ ସାମିଲ ଥିବା ନେଇ ଆଶଙ୍କା କରାଯାଉଛି । ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଗଭର୍ଣ୍ଣମେଣ୍ଟ ଡକ୍ଟର୍ସ ଆସୋସିଏସନର ଅତିରିକ୍ତ ସଚିବ ଦାୟିତ୍ୱରେ ମଧ୍ୟ ରହିଛନ୍ତି ସୁବର୍ଣ୍ଣ ଗୋସ୍ୱାମୀ । ଅର୍ତାତ୍ ଏହି ମାମଲା ଏକ ଦୁଷ୍କର୍ମ ନୁହେଁ ବରଂ ଏକ ଗଣଦୁଷ୍କର୍ମ ବୋଲି ଡାକ୍ତରଙ୍କ ଏହି ବୟାନରୁ ଜଣାଯାଇଛି । ତେବେ ଏହି ସଙ୍ଗୀନ ମାମଲାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ପୀଡ଼ିତାଙ୍କ ପରିବାର ମଧ୍ୟ ସନ୍ଦେହ କରିଥିଲେ ।

ସେପଟେ ଏହି ମାମଲାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ଏହି ମାମଲାକୁ ନେଇ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ବରିଷ୍ଠ ସଦସ୍ୟ କେଲାକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିକ୍ଷୋଭକାରୀ ଡାକ୍ତରଙ୍କୁ ଭେଟିପାରନ୍ତି । ଆସୋସିଏସନର ଜଣେ ଅଧିକାରୀ କହିଛନ୍ତି ଯେ, ପରେ ସେ ପାନିହାଟୀରେ ଥିବା ତାଙ୍କ ବାସଭବନରେ ମୃତ ଡାକ୍ତରଙ୍କ ପିତାମାତାଙ୍କୁ ଭେଟି ପାରନ୍ତି । ତେବେ ମାମଲା ଏବେ ସାରା ଦେଶରେ ଖୁବ ଚର୍ଚ୍ଚାରେ ରହିଥିବା ବେଳେ ଯଥାଶୀଘ୍ର ନ୍ୟାୟ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ଡାକ୍ତର ଏବଂ ନର୍ସ ।

Get real time updates directly on you device, subscribe now.