fbpx

ଇଏ ତ ହେଇନି କିଛି…. ମାଘରେ ତତେଇଲାଣି ଝାଞ୍ଜି, ବୈଶାଖରେ ଜାଳିଦେବ ଖରା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଗଲାଣି ‘ମାଘ ମାସରେ ବାଘ ପରିକା ଶୀତ’ ଲୋକ କଥା । ଆଉ ସେ ଶୀତ ନାହିଁ, କି ଥଣ୍ଡା ପବନ ବି ନାହିଁ । ମାଘ ମାସରେ ବୈଶାଖ ଭଳି ତାତି, ଉତ୍ତପ୍ତ ସାରା ଓଡ଼ିଶା । ଏବେଠୁ ଏମିତି ଆଗକୁ କ’ଣ ହେବ, ୩୫ ଡିଗ୍ରୀ ଛୁଇଁଲା ଭବାନୀପାଟଣା ଓ ପାରଳାଖେମୁଣ୍ଡି ତାପମାତ୍ରା । ୩୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩୧ ସହରର ତାପମାତ୍ରା । ଆଜି ସାରା ରାଜ୍ୟରେ ପ୍ରଚଣ୍ଡ ଖରା ହୋଇଛି । ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି ।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଏଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ । କହୁଡ଼ି ଯୋଗୁଁ ଟାଣ ଖରା ହେବ । ଏବେ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। ଫଳରେ ଗରମ ଅନୁଭବ ହେବାର ସମ୍ଭାବନା ରହିଛି । ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବତ୍ତର୍ନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ତାତି ସମାନ ରହିବ। ଅପରାହ୍ନ ଆଡ଼କୁ ପାଗ ଆଂଶିକ ମେଘୁଆ ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ ।

Get real time updates directly on you device, subscribe now.