fbpx

ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ, ଭାଟିକାନରେ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିବେ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମଧ୍ୟାହ୍ନ ସମୟରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରୁ ୨୦ ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ୍ ଅଭିମୁଖେ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ (ୱାଲର୍ଡ ଫୁଡ୍ ପ୍ରୋଗ୍ରାମ) ରେ ଓଡ଼ିଶାର ସଫଳତା କାହାଣୀ ସଂକ୍ରାନ୍ତୀୟ ଏକ କାର୍ଯ୍ୟକ୍ରମରେ ଭାଗ ନେବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଶିଳ୍ପ ସଚିବଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି।ତାଙ୍କ ସହିତ ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନ୍ର ମଧ୍ୟ ବିଦେଶ ଗସ୍ତ କରିବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ୨୬ ତାରିଖ ଅପରାହ୍ନ ୩୨୫ରେ ରୋମରୁ ଦୁବାଇ ଫେରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ବାରା ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ (ଇନଭେଷ୍ଟର୍ସ ମିଟ୍) ରେ ଯୋଗ ଦେବେ। ୩୦ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ ମିନିଟରେ ଭୁବନେଶ୍ବର ଅଭିମୁଖେ ବାହାରି ରାତି ୧୧.୩୦ରେ ଏଠାରେ ପହଞ୍ଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସୂଚନା ମିଳିଛି।

ରାଜନୀତିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ। ସୂଚନାଯୋଗ୍ୟ , ନବୀନ ୨୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦ୍ଵିତୀୟ ଥର ପାଇଁ ଏଭଳି ବିଦେଶ ଗସ୍ତରେ ଯାଉଛନ୍ତି। ସେ ୨୦୧୨ ମେ ୨୪ ତାରିଖରେ ଲଣ୍ଡନ ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତରେ ଥିବାବେଳେ ବହୁଚର୍ଚ୍ଚିତ ମେ ‘ ୨୯ ତାରିଖରେ ମିଡ୍ ନାଇଟ୍ ଅପରେସନ ଯୋଗୁ ନିଜର ଗସ୍ତ ଅଧାରୁ କାଣ୍ଟଛାଣ୍ଟ କରି ଓଡ଼ିଶା ଫେରିଆସିଥିଲେ।

 

Get real time updates directly on you device, subscribe now.