fbpx
BSKY
BJD SHG SKY
BJD MC SKY

୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗକୁ ସେମିରେ ହରାଇଲା

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ରଣଜୀ ଟ୍ରଫିର ପ୍ରଥମ ସେମି ଫାଇନାଲରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦଳ ଦୀର୍ଘ ୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ମୁମ୍ବାଇ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଖେଳାଯାଉଥିବା ଦ୍ଵିତୀୟ ସେମି ଫାଇନାଲର ବିଜେତା ଫାଇନାଲରେ ମଧ୍ୟ ପ୍ରଦେଶକୁ ଭେଟିବ। ମଧ୍ୟ ପ୍ରଦେଶ ପ୍ରଥମ ସେମି ଫାଇନାଲରେ ପଶ୍ଚିମବଙ୍ଗକୁ ୧୭୪ ରନରେ ହରାଇଛି।

ମଧ୍ୟ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ହିମାଂଶୁ ମନ୍ତ୍ରୀଙ୍କ ୧୬୫ ରନ ଦମରେ ୩୪୧ ରନ କରିଥିଲା। ଜବାବରେ ପଶ୍ଚିମବଙ୍ଗ ମନୋଜ ତିଓ୍ଵାରୀ ଏବଂ ଶାହବାଜ ଅହମ୍ମଦଙ୍କ ଶତକ ସତ୍ଵେ ୨୭୩ ରନରେ ଅଲଆଉଟ୍ ହୋଇଥିଲା। ମଧ୍ୟ ପ୍ରଦେଶ ପ୍ରଥମ ଇନିଂସ ଆଧାରରେ ୬୮ ରନ ଅଗ୍ରଣୀ ହାସଲ କରିଥିଲା। ଦ୍ଵିତୀୟ ଇନିଂସରେ ମଧ୍ୟ ପ୍ରଦେଶ ୨୮୧ ରନରେ ଅଲଆଉଟ୍ ହୋଇଥିଲା ଏବଂ ପଶ୍ଚିମବଙ୍ଗକୁ ମିଳିଥିଲା ୩୫୦ ରନର ବିଜୟ ଲକ୍ଷ୍ୟ। ମାତ୍ର ପଶ୍ଚିମବଙ୍ଗ ଦଳ ବ୍ୟାଟିଂ ବିପର‌୍ୟ୍ୟୟ ଭୋଗି ୧୭୫ ରନରେ ଅଲଆଉଟ୍ ହୋଇଛି।

ଦ୍ଵିତୀୟ ସେମି ଫାଇନାଲରେ ମୁମ୍ବାଇର ସ୍ଥିତି ମଜବୁତ ରହିଛି। ଦଳ ଫାଇନାଲରେ ପ୍ରବେଶ କରିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ମ୍ୟାଚ୍ ଡ୍ର ରହିଲେ ବି ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ଫାଇନାଲରେ ମଧ୍ୟ ପ୍ରଦେଶକୁ ଭେଟିବ। ପ୍ରଥମ ସେମି ଫାଇନାଲରେ ୧୬୫ ରନର ଇନିଂସ ଖେଳିଥିବା ହିମାଂଶୁ ମନ୍ତ୍ରୀ ମ୍ୟାଚ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

Get real time updates directly on you device, subscribe now.