fbpx

ପାକିସ୍ତାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ; ୬ ଦିନରେ ଗଲାଣି ୫୦୦ ମୁଣ୍ଡ, ହାତ ଟେକିଦେଉଛନ୍ତି ଡାକ୍ତର

Advertisement

ନୂଆଦିଲ୍ଲୀ: ପାକିସ୍ତାନବାସୀଙ୍କ ପାଇଁ କାଳ ସିଜିଛି ଅତ୍ୟଧିକ ଗରମ। ଗତ ୬ ଦିନରେ ଗଲାଣି ୫୦୦ରୁ ଅଧିକ ଲୋକଙ୍କ ଜୀବନ। ଦକ୍ଷିଣ ପାକିସ୍ତାନରେ ଦେଖିବାକୁ ମିଳିଛି ଅଧିକ ମାମଲା। ସାଙ୍ଘାତିକ ତଥ୍ୟ ଦେଇଛି ଏଦହୀ ଆମ୍ବୁଲାନ୍ସ ସର୍ଭିସ। କହିଛି ଯେ ସେମାନେ କରାଚି ସହରର ଶବ ଗୃହକୁ ଦୈନିକ ୩୦ରୁ ୪୦ଟି ମୃତଦେହ ଆଣୁଛନ୍ତି। କିନ୍ତୁ ଗତ ୬ ଦିନ ମଧ୍ୟରେ ସେମାନେ ମଙ୍ଗଳବାର ୧୪୧ ଟି ମୃତଦେହକୁ ମିଶାଇ ପ୍ରାୟ ୫୬୮ ଟି ମୃତଦେହ ସଂଗ୍ରହ କରିଛନ୍ତି।

ଏସବୁ ମୃତ୍ୟୁର କାରଣ କ’ଣ ତାହା କହିବା କଷ୍ଟକର ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ତେବେ ଗରମ ବଢ଼ୁଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। କରାଚିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ଯାଇଛି ଏବଂ ଆର୍ଦ୍ରତା ଏତେ ଅଧିକ ଯେ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ଭଳି ଅନୁଭବ ହେଉଛି। ଲୋକମାନେ ସହାୟତା ପାଇଁ ଡାକ୍ତରଖାନା ଯାଉଛନ୍ତି। ରବିବାରରୁ ବୁଧବାର ମଧ୍ୟରେ ହିଟ୍ ଷ୍ଟ୍ରୋକ୍ ଯୋଗୁଁ ୨୬୭ ଜଣଙ୍କୁ କରାଚି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

ଏନେଇ ଜରୁରୀକାଳୀନ ବିଭାଗର ମୁଖ୍ୟ ଡାକ୍ତର ଇମ୍ରାନ ସରୱାର ଶେଖ୍ କହିଛନ୍ତି, “ଡାକ୍ତରଖାନାକୁ ଆସୁଥିବା ଅଧିକାଂଶ ଲୋକଙ୍କ ବୟସ ୬୦ରୁ ୭୦ ବର୍ଷ। ଆଉ କେତେକଙ୍କ ବୟସ ୪୦ ବର୍ଷ, ଜଣେ ୨୦ ବର୍ଷ ବୟସର। “ଆମେ ଦେଖିଥିବା ସମସ୍ତ ଲୋକ ବାହାର ଲୋକ। ବଢୁଥିବା ତାପମାତ୍ରା ମଧ୍ୟରେ ଆମେ ସେମାନଙ୍କୁ ଅଧିକ ପାଣି ପିଇବା ଏବଂ ହାଲୁକା ପୋଷାକ ପିନ୍ଧିବାକୁ କହିଥିଲୁ। ଗତ ସପ୍ତାହରେ ପାକିସ୍ତାନରେ ବୃଦ୍ଧି ପାଉଥିବା ତାପମାତ୍ରାକୁ ଆଂଶିକ ଗ୍ରୀଷ୍ମ ପ୍ରବାହ ବୋଲି ମଧ୍ୟ କୁହାଯାଇଥିଲା। ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ କ୍ୟାମ୍ପ ଖୋଲାଯାଉଛି। “

Get real time updates directly on you device, subscribe now.