fbpx

ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲ: ଭାରତର ଜିଏସ୍‌ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍‌ ରେଫରି ଦାୟିତ୍ବ

Advertisement

ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।ଏଠାରେ ସୂଚାଇ ଦିଆ ଯାଇ ପାରେ ଯେ ଆଇସିସି ଇଣ୍ଟରନ୍ୟାସନାଲ ପ୍ୟାନେଲ ଅଫ ମ୍ୟାଚ ରେଫରି ତାଲିକାର ପ୍ରଥମ ମହିଳା ଭାବେ ବିଶ୍ୱକପ ଫାଇନାଲରେ ଏହି ଦାୟିତ୍ୱ ସମ୍ପାଦନ କରିବା ସୁଯୋଗ ପାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଜିଏସ ଲକ୍ଷ୍ମୀ ମଧ୍ୟ ପ୍ରଥମ ମହିଳା ମ୍ୟାଚ ରେଫରି ଭାବେ ପୁରୁଷ ଦିନିକିଆ ମ୍ୟାଚରେ ଏହି ଦାୟିତ୍ୱ ସମ୍ପାଦନ କରିଛନ୍ତି । ୟୁନେଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ୨୦୨୦ ବିଶ୍ୱକପ ଲିଗ ୨ଟି ମ୍ୟାଚ ରେଫରି ଥିଲେ । ଅନ୍ୟତମ ଉଲ୍ଲେଖନୀୟ ବିଷୟ ହେଲା ଯେ ଆସନ୍ତା ରବିବାର ଦିନ ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ଫାଇନାଲ ମ୍ୟାଚ ପରିଚାଳନା ପାଇଁ ୪ ମହିଳା ମ୍ୟାଚ ଅଫିସିଆଲ ନିଯୁକ୍ତ ହୋଇଛନ୍ତି । କ୍ରିକେଟ ଇତିହାସରେ ଏହା ହେଉଛି ପ୍ରଥମ ଦୃଷ୍ଟାନ୍ତ । ଦକ୍ଷିଣ ଆଫ୍ରିକାର ଲାଉରେନ ଆଗେନବାଗ ଓ ନ୍ୟୁଜିଲାଣ୍ଡର କିମ କଟ୍ଟନ ଫାଇନାଲ ମ୍ୟାଚ ପାଇଁ ଫିଲ୍ଡ ଅମ୍ପାୟର ନିଯୁକ୍ତ ହୋଇଥିବା ବେଳେ  ୱେଷ୍ଟଇଣ୍ଡିଜର ଜାକ୍ୟୁଲାଇନ ୱିଲିୟମସ ଟିଭି ଅମ୍ପାୟର ଭାବେ ଦାୟିତ୍ୱ ତୁଲାଇବେ । ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ସୂଚନା ଯୋଗ୍ୟ ଯେ ୨୦୨୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟି- ୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚରେ କଟ୍ଟନ ଏକ ମାତ୍ର ମହିଳା ମ୍ୟାଚ ଅଫିସିଆଲ ଭାବେ ଦାୟିତ୍ୱ ତୁଲାଇ ଥିଲେ ।

Get real time updates directly on you device, subscribe now.