ଯୁଦ୍ଧାସ୍ତ୍ର ତିଆରି କାରଖାନାରେ ଫୁଟିଲା ବୋମା, 2ମୃତ 11 ଗୁରୁତର

ନୂଆଦିଲ୍ଲୀ: ଅଡିନାନ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବୋମାରେ ବାରୁଦ ଭର୍ତ୍ତି କରୁଥିବା ବେଳେ ଘଟିଲା ବିସ୍ଫୋରଣ । ଏହି ଦୁର୍ଘଟଣାରେ 2ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 11ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସମସ୍ତଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଫ୍ୟାକ୍ଟ୍ରିରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଜବଲପୁରରେ ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟର ଏକ ବଡ ଫ୍ୟାକ୍ଟ୍ରି ରହିଛି । ଯାହାକି ଅଡିନାନ୍ସ ଫ୍ୟାକ୍ଟ୍ରି ନାମରେ ବେଶ ଜଣାଶୁଣା । ସେନା ବାହିନୀରେ ଉପଯୋଗ ପଇଁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ହେଉଛି । ଯୁଦ୍ଧ ବିମାନ ପାଇଁ ମଧ୍ୟ ଗୋଳାବାରୁଦ ତିଆରି କରିଥାଏ । ଏହି ବୋମା ତିଆରି କରିବା ପାଇଁ ବନ୍ଧୁକକୁ ଖାଲି କୋଠରୀ ଭିତରେ ଭରିବାକୁ ପଡିବ ଏବଂ ଏହି ବନ୍ଧୁକଟି ସାମାନ୍ୟ ଘର୍ଷଣରେ ନିଆଁକୁ ଆୟତ୍ତ କରିଥାଏ । ତେବେ ସୁରୁଖୁରୁରେ ଚାଲିଥିବା ଏହି ଫ୍ୟାକ୍ଟ୍ରିରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଆଜି 1000 ପାଉଣ୍ଟ ବୋମ୍ ୟୁନୁଟରେ ବିସ୍ଫୋରଣ ହୋଇଥିଲା । ତେବେ ଘଟଣାରେ 13ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ 2ଜଣ ଆଖି ବୁଜିଛନ୍ତି । ତେବେ ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ, ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଫ୍ୟାକ୍ଟ୍ରି ତରଫରୁ କୌଣସି ସୂଚନା ସାମ୍ନାକୁ ଆସିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Get real time updates directly on you device, subscribe now.