fbpx

ଜ୍ୟାକି ସରଫଙ୍କୁ ମିଳିଲା ଜି୨୦ ଡିନରରେ ସାମିଲ ହେବାର ସୁଯୋଗ : ଇଣ୍ଡିଆକୁ ଭାରତ ଲେଖିବା ଉପରେ ଦେଲେ ମତାମତ

ମୁମ୍ବାଇ : ୧୮ତମ ଜି ୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଭାରତରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଯେଉଁଥିପାଇଁ ସମ୍ପର୍ଣ୍ଣ ଦିଲ୍ଲୀ ସହର ତତ୍ପର ହୋଇଛି । ସମ୍ପର୍ଣ୍ଣ ଦିଲ୍ଲୀକୁ ନବ ବଧୁ ପରି ସଜା ଯାଉଛି । ଏନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡି କରାଯାଇଛି । ଏହି ସମ୍ମିଳନୀରେ ଅନେକ ଅନ୍ତରାଷ୍ଟ୍ରିୟ ନେତା ଅର୍ଥାତ ଜୋ ବାଇଡେନ,ଋଷି ସୁନକ ଏବଂ ଇମାନୁଲଏଲ ମାକ୍ରନ ଭଳି ନେତା ଭାଗ ନେବେ । ତେବେ ବଲିଉଡ ଅଭିନେତା ଜ୍ୟାକି ସରଫଙ୍କୁ ଜି ୨୦ ଶିଖର ସମ୍ମିଳନୀରେ ଡିନର ପାଇଁ ନିମନନ୍ତ୍ରଣ କରାଯାଇଛି ।

ଅନ୍ୟ ପକ୍ଷରେ ‘ଭାରତର ରାଷ୍ଟ୍ରପତି’ଙ୍କ ନିମନ୍ତ୍ରଣ ପତ୍ରରେ ଇଣ୍ଡିଆକୁ ଭାରତ ଲେଖାଯାଇଥିବା ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ଏନେଇ ଜ୍ୟାକି ସରଫ ମଧ୍ୟ ଏହା ଉପରେ ଟିପଣୀ ଦେଇ କହିଛନ୍ତି, ‘ଯଦି ଭାରତକୁ ଭାରତ କୁହାଯାଉଛି ତେବେ ତାହା ଭୁଲ ନୁହେଁ । ଆମେ ନାମ ପରିବର୍ତ୍ତନ କରିବୁ ନାହିଁ ।’ ଏହାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜ୍ୟାକି ସରଫ ଭାରତ ଏବଂ ଇଣ୍ଡିଆ ବିଷୟରେ ନିଜର ମତାମତ ଦେଇଛନ୍ତି ।

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜି ୨୦ ସମ୍ମିଳନୀ ପାଇଁ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିମନ୍ତ୍ରଣ କାର୍ଡରେ ଭାରତର ରାଷ୍ଟ୍ରପତି ଅର୍ଥାତ ପ୍ରେସିଡେଣ୍ଟ ଅଫ ‘ଭାରତ’ ଲେଖା ହୋଇଥିଲା । ଏହାକୁ ନେଇ ବିରୋଧି ଯୁକ୍ତି କରିଥିଲେ, କହିଥିଲେ ସରକାର ଭାରତ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ଉଠାଇବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.