fbpx

(Video) ସେଲଫି ନେଉଥିବା ଫ୍ୟାନ୍ସଙ୍କ ଉପରକୁ ହାତ ଉଠାଇଲେ ଜ୍ୟାକି ଶ୍ରଫ୍‌, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ ନିଜ ବିନ୍ଦାସ ଅନ୍ଦାଜ ପାଇଁ ବହୁ ଚର୍ଚ୍ଚାରେ ରୁହନ୍ତି । ଫ୍ୟାନ୍ସଙ୍କ ସହ ମଜାଳିଆ ବିହେଭିୟର କ୍ୟାପଚର କରାଯାଉଛି । ହେଲେ ଏଥର ଆକ୍ଟର ନିଜର ଏକ ନୂଆ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଭିଡିଓରେ ଆକ୍ଟର ଏକ ଫ୍ୟାନ୍ସଙ୍କ ମୁଣ୍ଡକୁ ମାରୁଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆକ୍ଟର ଲିଫ୍ଟ ତଳେ ଠିଆ ହୋଇଛନ୍ତି । ତାଙ୍କ ହାତରେ ଅନେକ ଗଛ ମଧ୍ୟ ରହିଛି । ଫ୍ୟାନ୍ସଙ୍କ ସହ ସେ ଜଣକ ପରେ ଜଣକଙ୍କ ସହ ସେଲଫି ନେଉଥିବା ନଜର ଆସିଛି । ସେତିକି ବେଳେ ଏକ ଫ୍ୟାନ୍ସ ତାଙ୍କ ଅଣ୍ଟା ପାଖକୁ ଧରିବାକୁ ଚାହିଁଛନ୍ତି । ଏପରି କରିବା ଲାଗି ଆକ୍ଟର ଥଟ୍ଟାରେ ତାଙ୍କ ମୁଣ୍ଡକୁ ମାରୁଛନ୍ତି । ସେହି ଫ୍ୟାନ୍ସଙ୍କୁ ସେ କହିଲେ ଅଣ୍ଟାରେ କାହିଁ ହାତ ରଖୁଛ କାନ୍ଧରେ ଉପରେ ରଖ ।

ତେବେ ଏହି ଭିଡିଓ ତଳେ ଅନେକ କମେଣ୍ଟ ଆସିବା ଦେଖାଯାଇଛି । ଜଣେ ୟୁଜର୍ସ ଲେଖିଛନ୍ତି, ଜ୍ୟାକି ଫ୍ୟାନ୍ସଙ୍କୁ କେଉଁ ହକରେ ମାରିପାରିବେ? ସେହି ଭଳି ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି, ଏହି ଷ୍ଟାରଙ୍କୁ କଣ ହକ ଅଛି ଫ୍ୟାନ୍ସଙ୍କୁ ମାରିବା ଲାଗି । କିଛି ଫ୍ୟାନ୍ସ ଏପରି ମଧ୍ୟ କହିଛନ୍ତି, ଧ୍ୟାନରେ ଦେଖନ୍ତୁ ସେ କେବଳ ତାଙ୍କ ସହ ମଜାକ କରୁଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

Get real time updates directly on you device, subscribe now.