fbpx

ରେଡିଓଗ୍ରାଫର ବିଜ୍ଞପ୍ତିରେ ଆଂଶିକ ସଂଶୋଧନ: ଆରମ୍ଭ ହେଲା ପୁନଃ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ସେପ୍ଟେମ୍ବର ମାସରେ ରେଡିଓଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୩୭୮ଟି ରେଡିଓଗ୍ରାଫର ପଦ ଖାଲି ରହିଥିବା ବେଳେ ପରବର୍ତ୍ତୀ ସମୟରେ ପଦ ସଂଖ୍ୟା ପରବର୍ତ୍ତନ କରାଯାଇଥିଲା । ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୧୫ ମଧ୍ୟରେ ଅନଲାଇନରେ ପଞ୍ଜିକରଣ କରିଥିଲେ । ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ଅକ୍ଟୋବର ୨୦ ରହିଥିଲା ।

ତେବେ ଏହାମଧ୍ୟରେ ଉକ୍ତ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଶା ରେଡିଓଗ୍ରାଫର ସେବା (ନିଯୁକ୍ତି ପ୍ରଣାଳୀ ଓ ସେବାର ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨୪ ଅନୁସାରେ ପୂର୍ବ ବିଜ୍ଞପ୍ତିରେ ଆଂଶିକ ପରିବର୍ତ୍ତନ କରାଯାଇଛି । ପ୍ରାର୍ଥୀ ଓଏସଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ଚେକ୍ କରିପାରିବେ । ଏଥିସହିତ ଆଶାୟୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଗଙ୍କ ତରଫରୁ ଅନଲାଇନ୍ ପୁନଃ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏପ୍ରିଲ ୫ରୁ ୧୫ ପର୍ଯ୍ୟନ୍ତ ଅନଲାଇନ୍ ପୁନ ପଞ୍ଜିକରଣ କରାଯିବ ଓ ଏପ୍ରିଲ ୨୦ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସବମିସନ କରାଯିବ ।

ବିଜ୍ଞପ୍ତି ଲିଙ୍କ: https://www.osssc.gov.in/Docs/Radiographer-Corrigendum.pdf

Get real time updates directly on you device, subscribe now.