fbpx
BJD SKY
BJD SKY

ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଦଳ ଛାଡ଼ିଲେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତା’ପରେ ଜୁନ ୪ରେ ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପର୍ଯ୍ୟାୟକ୍ରମେ ନିଜର ନିଜର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କିଛି ନେତା ଦଳ ବଦଳ କରୁଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ରାଜ୍ୟ ବିଜେପିରୁ ଆସିଛି ଏକ ବଡ଼ ଖବର । ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳରେ ଜଣେ ନିଷ୍ଠାପର କର୍ମୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲେ । ମାତ୍ର ତାଙ୍କୁ କ୍ରମାଗତ ଭାବେ ଅଣଦେଖା ଓ ଅବହେଳା କରାଯାଉଥିବାରୁ ସେ ଦଳ ଛାଡ଼ୁଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସୁଶାନ୍ତ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି ।

Get real time updates directly on you device, subscribe now.