fbpx

ଇସ୍ତଫା ଦେଲେ ୱିପ୍ରୋ ସିଇଓ Thierry Delaporte, ଶ୍ରୀନିବାସ ପଲିଆ ନେବେ ତାଙ୍କ ସ୍ଥାନ

ନୁଆଦିଲ୍ଲୀ: ୱିପ୍ରୋର ସିଇଓ ଏବଂ ଏମଡି ଥିରେୀଡେଲପୋର୍ଟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀ ଶନିବାର ଦିନ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ତାଙ୍କ ସ୍ଥାନରେ ଶ୍ରୀନିବାସ ପଲିୟା ୱିପ୍ରୋର ନୂଆ ସିଇଓ ଏବଂ ଏମଡି ହେବେ । ଏହି ନିଷ୍ପତ୍ତି ୭ ଏପ୍ରିଲ ୨୦୨୪ରେ ଲାଗୁ ହେବ । ୱିପ୍ରୋ ବୋର୍ଡ ଥିୟରୀ ଡେଲପୋର୍ଟର ଇସ୍ତଫା ମଞ୍ଜୁର କରିଛନ୍ତି ।

ୱିପ୍ରୋ ନିଜ ବିବୃତ୍ତିରେ କହିଛି ଯେ, ଥିୟରୀ ଡେଲପୋର୍ଟ ୱିପ୍ରୋ ସହ ୩୧ ମେ, ୨୦୨୪ ପର୍ଯ୍ୟନ୍ତ ଜଡ଼ିତ ରହିବେ । ଡେଲପୋର୍ଟ ନିଜ କାର୍ଯ୍ୟକାଳକୁ ନେଇ ତୃପ୍ତୀ ହୋଇ କହିଛନ୍ତି ଯେ, ମୋତେ ସାରା ଟିମର ସପୋର୍ଟ ମିଳିଛି । ଏହାରି ମଧ୍ୟରେ କାମ୍ପାନୀ ଅନେକ ପରିବର୍ତ୍ତନ ଦ୍ୱାରା ମଧ୍ୟ ଗତି କରିଛି । ଆମେ ସାଙ୍ଗ ହୋଇ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛୁ । ୱିପ୍ରୋ ସହ କାମ କରିବା ମୋ ପାଇଁ ସମ୍ମାନର ବିଷୟ ଅଟେ । ସିଇଓ ଏବଂ ଏବଂ ଏମଡି ପଦବୀରେ ଆମେ କେବଳ କମ୍ପାନୀର ଆର୍ଥିକ ସ୍ଥିତିକୁ ଆଗକୁ ବଢାଇଛୁ ତାହା ନୁହେଁ, ବରଂ ଆମର ସହଯୋଗୀମାନେ, କ୍ଲାଇଣ୍ଟ ଏବଂ ଷ୍ଟେକହୋଲର୍ଡକୁ ମଧ୍ୟ ଆଗକୁ ବଢାଇବାରେ ସୁଯୋଗ ଦେଇଛି ।

Get real time updates directly on you device, subscribe now.