fbpx
BSKY SKY
BSKY SKY

କି ମାଡ଼ରେ ଭାଇ, ଖାଲି ଚୌକା-ଛକା: ଆଇପିଏଲରେ ବିରାଟଙ୍କ ୮ମ ଶତକ, ବିଶ୍ୱକପ ପୂର୍ବରୁ ହେଭି ଫର୍ମରେ କିଙ୍ଗ

BSKY

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଆଜି ବେଙ୍ଗାଲୁରୁ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଙ୍ଗ କୋହଲିଙ୍କ ଚୌକା, ଛକା ବର୍ଷା ଦେଖିବାକୁ ମିଳିଛି । ବିରାଟଙ୍କ ଅପରାଜିତ ୧୧୩ ରନ୍ ସହାୟତାରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ର ଏକ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ପାରିଥିଲା । ଆଜି ବିରାଟ ଚଳିତ ଆଇପିଏଲର ପ୍ରଥମ ଶତକ ହାସଲ କରିଥିବା ବେଳେ ଆଇପିଏଲ ଇତିହାସରେ ଏହା ଥିଲା ୮ମ ଶତକ । ଏହି ଲିଷ୍ଟରେ ବିରାଟ ଟପରେ ରହିଥିବା ବେଳେ ତାଙ୍କ ତଳକୁ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ୬ଟି ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଆଜି ବିରାଟ ଆଇପିଏଲ-୨୦୨୪ର ପ୍ରଥମ ଶତକ ଅର୍ଜନ କରିଥିବା ବେଳେ ସେ ମାତ୍ର ୬୭ଟି ବଲରେ ଏହି କୃତିତ୍ୱ ହାସଲ କରିଥିଲେ । ଏହାଫଳରେ ବିରାଟଙ୍କ ମୋଟ ଟି-୨୦ କ୍ୟାରିୟରର ଶତକ ୯ରେ ପହଞ୍ଚିଛି । ଏହି ଶତକୀୟ ଇନିଂସରେ ବିରାଟଙ୍କ ବ୍ୟାଟରୁ ଖାଲି ଚୌକା ଓ ଛକା ବର୍ଷା ହୋଇଯାଇଥିଲା । ସେ ୪ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଆଗକୁ ଟି-୨୦ ବିଶ୍ୱକପ ଆସୁଥିବା ବେଳେ ବିରାଟଙ୍କ ଖେଳିବା ନ ଖେଳିବା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ନିଜର ଫୁଲ ଫର୍ମକୁ ପ୍ରମାଣିତ କରିଛନ୍ତି କିଙ୍ଗ । ଆଜି ଷ୍ଟାଡିୟମରେ ବିରାଟଙ୍କ ବିଧ୍ୱଂସୀ ବ୍ୟାଟିଂ ଦେଖି ପ୍ରଶଂସକ ବେଶ୍ ଉପଭୋଗ କରିଥିଲେ ।

Get real time updates directly on you device, subscribe now.