fbpx

ଫୁଲବାଣୀ ଫେରିଲା ଜଗା

କଟକ,୨୨ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଆଜି ଡିସଚାର୍ଜ ହୋଇଛି ଜଗା । ଗତ ୨ ବର୍ଷ ହେଲା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଜଗା ଡିସଚାର୍ଜ ହେବା ପରେ ପୁଣି ଥରେ ଫୁଲବାଣୀ ଫେରିଆସିଛି । କନ୍ଧମାଳ ଫିରିଙ୍ଗିଆ ମେଲୁପଡାରେ ଯୋଡାମୁଣ୍ଡ ଶିଶୁ ଜଗା ପହଞ୍ଚିଛି । ୨ ଜଣିଆ ଡାକ୍ତରୀ ଟିମ୍ ସହ ୧୦୮ ଆମ୍ବୁଲାନ୍ସରେ ଜଗାକୁ ଫୁଲବାଣୀ ନିଆଯାଇଛି । ଏସସିବିରୁ ଯାଇ ଫୁଲବାଣୀ ମେଡିକାଲର ସ୍ୱତନ୍ତ୍ର କ୍ୟାବିନେଟରେ ଜଗା ରହିବ ।

ତେବେ କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କର ୨୦୧୭ରେ ଦିଲ୍ଲୀସ୍ଥିତ ଏମ୍‌ସରେ ଅପରେସନ କରାଯାଇଥିଲା । ସେଠାରେ ଦୁଇ ଯାଆଁ ଶିଶୁଙ୍କୁ ପୃଥକ କରାଯାଇଥିଲା । ଏମ୍‌ସରେ ପ୍ରାୟ ୨ ବର୍ଷ ରହିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା । ଏହାପରେ ଦୁଇ ଶିଶୁ ୨୦୧୯ରେ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌‌ ୨୦୧୯ରୁ ଜଗାକୁ ଦେଖାଶୁଣା କରିଆସୁଛନ୍ତି । ୨୦୧୯ରେ ଜଗା-କାଳିଆ ଏସ୍‌ସିବିରେ ପହଞ୍ଚିଲା ଦିନଠାରୁ ବଳିଆ ଆଇସିୟୁରେ ହିଁ ରହିଥିଲା । ତେବେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ କାଳିଆର ମୃତ୍ୟୁ ଘଟିଥିଲା । କିନ୍ତୁ ଜଗା ଏବେ ସୁସ୍ଥ ରହିଛି । ବର୍ତ୍ତମାନର ସ୍ଥିତିରେ ଜଗାର ଶରୀରରେ କିଛି ସମସ୍ୟା ନାହିଁ ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି ।

Get real time updates directly on you device, subscribe now.