fbpx

ଖୁବ୍ ଶୀଘ୍ର ଖୋଲିବ ରତ୍ନଭଣ୍ଡାର! ପରିଚାଳନା କମିଟି ନେବ ନିଷ୍ପତ୍ତି

ପୁରୀ,(ଭାସ୍କର ନ୍ୟୁଜ୍): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍ ଧରିଛି । ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଅଧିକାଂଶ ସେବାୟତ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ତେବେ ବର୍ତ୍ତମାନସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯିବା ପରେ ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରତ୍ନଭଣ୍ଡାର ଖୋଲିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଗଲେ ସେଥିରେ ସେବାୟତମାନେ ସହଯୋଗ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଉନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଏଏସ୍ଆଇ ଲେଖିବା ପରେ ବି ସରକାର କାହିଁକି ନିରବତା ଅବଲମ୍ବନ କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ରତ୍ନଭଣ୍ଡାର ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ଦୁର୍ମୂଲ୍ୟ ଅଳଙ୍କାର ଗଚ୍ଛିତ ରହିଛି । ରତ୍ନଭଣ୍ଡାରର ବିମ୍ ଫାଟି ପାଣି ଗଳୁଛି । ଏନେଇ ସେବାୟତମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଏହି ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରାଯାଇଥିଲା । ତେବେ ଚାବି ନ ମିଳିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । କେତେକ ସେବାୟତ କହିଛନ୍ତି ଯେ, ଚାବି ହଜିବା କଥା ମିଛ ।

ସରକାର ଜାଣିଶୁଣି ଏହାକୁ। ଗତ ୬ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏଏସ୍ଆଇ ପକ୍ଷରୁ ଏହାର ୨ ଦିନ ପରେ ଅର୍ଥାତ୍ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କ ଆଇନ୍ ବିଭାଗକୁ ରତ୍ନ ଭଣ୍ଡାରର ଅନୁଧ୍ୟାନ ଓ ମରାମତି ପାଇଁ ଚିଠି ଲେଖାଯାଇଥିଲା । ତେବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ, ଏଏସ୍ଆଇ ଚିଠି ଲେଖିଥିବା କଥା ସେ ଜାଣିନାହାନ୍ତି । ତେବେ ରତ୍ନଭଣ୍ଡାର କେବେ ଖୋଲିବ ତାକୁ ନେଇ ଶ୍ରଦ୍ଧାଳୁମାନେ ଅପେକ୍ଷ କରି ରହିଛନ୍ତି ।

Get real time updates directly on you device, subscribe now.