fbpx

(Video) ଜୟ ସିୟା ରାମ୍… ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ନିଆରା ସ୍ୱାଗତ: G-20 ସମ୍ମିଳନୀର ବିଶେଷ ଅତିଥି ଋଷି ସୁନକ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଆଜି ରାଜଧାନୀ ଦିଲ୍ଲୀରେ ପହଞ୍ଚୁଛନ୍ତି । ବିମାନବନ୍ଦରରେ ସେମାନଙ୍କ ଭବ୍ୟ ସ୍ୱାଗତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ମଧ୍ୟ କରାଯାଇଛି । ତେବେ ଏହା ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶଜ ଋଷି ସୁନକ ଭାରତରେ ପହଞ୍ଚିଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ତାଙ୍କୁ ସ୍ୱତନ୍ତ୍ର ସ୍ୱାଗତ କରାଯାଇଛି । ‘ଜୟ ସିୟାରାମ୍’ ଶବ୍ଦରେ ତାଙ୍କୁ ପାଛୋଟି ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ପ୍ରଥମ କରି ଭାରତକୁ ପଦାର୍ପଣ କରିଛନ୍ତି ଋଷି ସୁନକ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପରାମର୍ଶଦାତା ପଙ୍କଜ ମିଶ୍ର ଏକ ବଡ଼ ଖୁଲାସା କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଚୌବେ ତାଙ୍କୁ ଜୟ ସିୟାରାମ ସମ୍ବୋଧନ କରି ସ୍ୱାଗତ କରିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକଙ୍କୁ ନିଜ ପୂର୍ବଜଙ୍କ ମାଟିରେ ଅଭିନନ୍ଦନ କରିବା ସହ ‘ଜୟ ସିୟାରାମ୍’ କହି ଅଭିବାଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଋଷି ସୁନକଙ୍କୁ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସେ ବିହାରର ବକ୍ସରରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ତେବେ ବକ୍ସର ଆଧ୍ୟାତ୍ମିକ ରୂପରେ ପ୍ରାଚୀନ କାଳରୁ ହିଁ ପ୍ରସିଦ୍ଧ ନଗର ଅଟେ । ଏଠାରେ ଭଗବାନ ଶ୍ରୀରାମ ଏବଂ ଭ୍ରାତା ଲକ୍ଷ୍ମଣ ଗୁରୁ ମହର୍ଷିଙ୍କ ଠାରୁ ଶିକ୍ଷାଲାଭ କରିଥିଲେ ଏବଂ ଏହିଠାରେ ହିଁ ତାଡ଼କାସୁର ବଦ୍ଧ ହୋଇଥିଲା ।

ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଗାଥାକୁ ମନ ଦେଇ ଶୁଣିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ । ପିଏମ ସୁନକ ଏବଂ ପତ୍ନୀ ଅକ୍ଷତା ମୁର୍ତ୍ତିଙ୍କୁ ଭାରତର ଝିଅ ଏବଂ ଜ୍ୱାଇଁ ଭାବରେ ସ୍ୱାଗତ ଜଣାଇଛନ୍ତି । ଭାରତ ଆପଣଙ୍କ ପୂର୍ବଜଙ୍କ ମାଟିଏ ଏବଂ ଆପଣଙ୍କ ଆଗମନରେ ସମେସ୍ତ ଖୁସି ଅଛନ୍ତି ବୋଲି ସୁନକଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଚୌବେ ।

Get real time updates directly on you device, subscribe now.