fbpx
BSKY
BJD YOUTH SKY
BJD MS SKY

IND vs SA 2nd T20; ଜଏସ୍ୱାଲ ନା ଗାଏକ୍ୱାଡ… କାହାକୁ ଦଳରେ ସାମିଲ କରିବେ ସୂର୍ଯ୍ୟକୁମାର?

ନୂଆଦିଲ୍ଲୀ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ସିରିଜର ପ୍ରଥମ ଟି-୨୦ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଉଭୟ ଦଳ ପାଇଁ ଏହି ମ୍ୟାଚ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ ଅନେକ ବଡ଼ ପ୍ରଶ୍ନ ରହିଛି । ଦଳରେ ଷ୍ଟାର ଓପନରଙ୍କ ଲମ୍ବା ଲାଇନ୍ ରହିଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ସୂର୍ଯ୍ୟକୁମାର ? କେଉଁ ସ୍ଥାନରେ ଖେଳିବେ ଇଶାନ୍ କିଶାନ୍ ନା ଦଳରୁ ତାଙ୍କୁ ବାଦ୍ ଦିଆଯିବ ? କିଏ ହେବେ ଦଳର ସ୍ପିନ ଯାଦୁଗର? ଏମିତି ଅନେକ ପ୍ରଶ୍ନର ସମାଧାନ କରିବେ ସୂର୍ଯ୍ୟକୁମାର ।

ଆଉ କିଛି ସମୟ ପରେ ଖେଳାଯିବ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ । ଏଥିରେ ଶୁଭମନ ଗିଲ୍ ଦଳର ଓପନର ଭାବରେ ପ୍ରଥମ ବିକଳ୍ପ ରହିଥିବା ବେଳେ ଅନ୍ୟ ଓପନର କିଏ ହେବେ, ସେ ନେଇ ପ୍ରଶ୍ନ ଉଠିଛି । ଯଶସ୍ୱୀ ଜଏସ୍ୱାଲ ଏବଂ ଋତୁରାଜ ଗାଏକ୍ୱାଡ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଇଶାନ୍ କିଶାନ୍ ମଧ୍ୟ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ତେବେ ଶୁଭମନ ଗିଲଙ୍କ ସହ ଋତୁରାଜ କିମ୍ବା ଜଏସ୍ୱାଲଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିପାରେ । ତେବେ ଜଏସ୍ୱଲ ଜଣେ ବାମ ହାତୀ ଆକ୍ରମଣାତ୍ମକ ଓପନର୍। ତେଣୁ ବାମ ଓ ଡାହାଣ ମିଶ୍ରଣ ସହିତ ଭାରତୀୟ ଦଳ ଖେଳିବା ପାଇଁ ଯୋଜନା କରିପାରନ୍ତି ସୂର୍ଯ୍ୟକୁମାର । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ୫ଟି ଇନିଂସରେ ଜୟସ୍ୱାଲ ୧୩୮ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ସିରିଜରେ ଗୋଟିଏ ଶତକ ସହ ୨୨୩ ରନ୍ କରି ସିରିଜର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ଋତୁରାଜ। ତେଣୁ ଋତୁରାଜ ଏବଂ ଜଏସ୍ୱାଲଙ୍କ ମଧ୍ୟରେ ଗୋଟିଏ ସ୍ଥାନ ପାଇଁ ରେସ୍ ଲାଗିବ ।

ଏମିତି ହେଲେ ଇଶାନ୍ କିଶାନ୍ କେଉଁଠି ଖେଳିବେ, ଏହି ପ୍ରଶ୍ନ ସୂର୍ଯ୍ୟକୁମାରଙ୍କ ଆଗରେ ରହିବ । ତେବେ କିଶାନ୍ ୩ ନମ୍ବରରେ ଖେଳିପାରନ୍ତି, କାରଣ ଟି-୨୦ ବିଶ୍ୱକପରେ ଏହି ସ୍ଥାନ ପାଇଁ ଇଶାନ୍ କିଶାନ୍ ବୋର୍ଡର ପ୍ରଥମ ପସନ୍ଦ ରହିଛନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅନ୍ୟତମ ୱିକେଟ କିପର ଜିତେଶ ଶର୍ମା ମଧ୍ୟ ଖୁବ ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କୁ ଦଳରେ ସାମିଲ କରିବେ କି ସୂର୍ଯ୍ୟକୁମାର? ତେବେ ଏମିତି ହେବାର ସମ୍ଭାବନା କମ୍ ।

ଏହାପରେ ଦଳର ଦୁଇ ସ୍ପିନରଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଅଧିନାୟକ ସୂର୍ଯ୍ୟ । ଟି-୨୦ ସିରିଜ ପାଇଁ ଉପ-ଅଧିନାୟକ ପଦରେ ଥିବା ରବିନ୍ଦ୍ର ଜାଡେଜା ଦଳରେ ପ୍ରଥମ ସ୍ପିନର ଭାବରେ ଖେଳିବା ଏକପ୍ରକାଶ ସୁନିଶ୍ଚିତ । ତେବେ ଦ୍ୱିତୀୟ ସ୍ପିନର ଭାବରେ କୁଳଦୀପ ଯାଦବ ଏବଂ ରବି ବିଷ୍ଣୋଇଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହୋଇଯାଇଛି । ଦିନିକିଆ ବିଶ୍ୱକପରେ କୁଳଦୀପ ଦମଦାର ପ୍ରଦର୍ଶନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ରବି ବିଷ୍ଣୋଇ ମଧ୍ୟ ସୁନ୍ଦର ବୋଲିଂ କରିଥିଲେ । ତେଣୁ ଉଭୟଙ୍କ ମଧ୍ୟରୁ କିଏ ହେବେ ଜାଡେଜାଙ୍କ ପାର୍ଟନର, ସେ ନେଇ ସୂର୍ଯ୍ୟକୁମାର ବର୍ତ୍ତମାନ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ।

Get real time updates directly on you device, subscribe now.