fbpx

ପୁଣି ବଢିଲା ଡେଡଲାଇନ: ଏବେ ଆସନ୍ତା ବର୍ଷର ଏହି ତାରିଖ ପର୍ଯ୍ୟନ୍ତ ମାଗଣାରେ କରିପାରିବେ ଆଧାର ଅପଡେଟ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସମସ୍ତ ଆଧାର କାର୍ଡଧାରୀଙ୍କୁ ଏକ ବଡ଼ ଖବର ମିଳିଛି। ଅନନ୍ୟ ପରିଚୟ ପ୍ରାଧିକରଣ ପୁଣିଥରେ ଆଧାରକୁ ଅପଡେଟ୍ କରିବାର ସମୟସୀମା ବଢ଼ାଇ ଦେଇଛି। ମାଗଣାରେ ଆଧାର ଅପଡେଟ୍ କରିବାର ଶେଷ ତାରିଖ ୧୪ ଡିସେମ୍ବରରେ ଶେଷ ହୋଇଥିଲା।

ଏକ ସରକାରୀ ଅପଡେଟରେ ସମୟସୀମା ବୃଦ୍ଧି ବିଷୟରେ ଆଧାର କର୍ତ୍ତୃପକ୍ଷ UIDAI ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ ନାଗରିକଙ୍କଠାରୁ ମିଳିଥିବା ସକରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଆଧାର ଅପଡେଟ୍ ପାଇଁ ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୪ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କୌଣସି ଶୁଳ୍କ ନ ଦେଇ ମାଇଁ ଆଧାର ପୋର୍ଟାଲ୍ ମାଧ୍ୟମରେ ଆଧାର ଅପଡେଟ୍ ହୋଇପାରିବ। କର୍ତ୍ତୃପକ୍ଷ କହିଛନ୍ତି ଯେ, ସମୟସୀମାକୁ ୧୫ ଡିସେମ୍ବର ୨୦୨୩ ରୁ ଆସନ୍ତା ୩ ମାସ ଅର୍ଥାତ୍ ୧୪ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

Get real time updates directly on you device, subscribe now.