fbpx

(See Video)ଶିକ୍ଷକଙ୍କ ଅଶିକ୍ଷିତ କାଣ୍ଡ, ଗେଣ୍ଡୁ ବଗିଚାରେ ବିଛାଇଥିଲେ ବିଦ୍ୟୁତ ତାର; ଚାଲିଗଲା ନୀରିହର ଜୀବନ

ଯାଜପୁର(ଓଡ଼ିଶା ଭାସ୍କର): ଜଣେ ଶିକ୍ଷକଙ୍କ ଅଶିକ୍ଷିତ କାଣ୍ଡ ଦେଖିବାକୁ ମିଳିଛି । ବଗିଚାରୁ ଗେଣ୍ଡୁ ଫୁଲ କାଳେ କେହି ଚୋରି କରିଦେବ ସେଥିପାଇଁ ବଗିଚାରେ ବିଛାଇଥିଲେ ବିଦ୍ୟୁତ ତାର । ଆଉ ଏହାର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି । ଫୁଲ ତୋଳିବାକୁ ଗଲାବେଳକୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନାରାୟଣପୁର ଠାରେ । ଗାଁର ଜଣେ ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ଶିକ୍ଷକ ସଞ୍ଜୟ ଦାସଙ୍କ ବଗିଚାକୁ ଇନ୍ଦ୍ରମଣି ମହାନ୍ତି ନାମକ ଜଣେ ବ୍ୟକ୍ତି ଗେଣ୍ଡୁ ଫୁଲ ଆଣିବାକୁ ଯାଇଥିଲେ । ଫଳରେ ସେଠାରେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍କର୍ଶରେ ଆସି ତାଙ୍କର ମୁତ୍ୟୁ ହୋଇଯାଇଥିଲା । ଦେଖନ୍ତୁ ଭିଡିଓ

Get real time updates directly on you device, subscribe now.