fbpx
BSKY SKY
BSKY SKY

ପାଣି ଟାଙ୍କିରୁ ବାହାରିଲା ପୁଳା ପୁଳା ଟଙ୍କା: ନୋଟ୍ ଶୁଖାଇବା ପାଇଁ ଅଫିସରଙ୍କ ଯୁଗାଡ଼, ଦେଖନ୍ତୁ ଭିଡ଼ିଓ

BSKY

ଦମୋହ: ମଧ୍ୟପ୍ରଦେଶର ଦମୋହରେ ଜଣେ ମଦ ବ୍ୟବସାୟୀ ଶଙ୍କର ରାୟଙ୍କ ଘରେ ଚଢ଼ାଉ କରି ୮ କୋଟି ଟଙ୍କା ନଗଦ ଓ ୩ କିଲୋଗ୍ରାମ ସୁନା ଜବତ କରିଛି ଆୟକର ବିଭାଗ । ଆଶ୍ଚର୍ଯ୍ୟକର କଥା ହେଉଛି କି, ନୋଟଗୁଡ଼ିକ ଏକ ପାଣିଟାଙ୍କିରେ ଥିବା ବ୍ୟାଗରେ ଲୁଚାଯାଇଥିଲା । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆଇଟି ବିଭାଗର ଅଧିକାରୀମାନେ ଆଇରନ୍ ଓ ହେୟାର ଡ୍ରାୟର ସାହାର୍ଯ୍ୟରେ ନୋଟଗୁଡିକ ଶୁଖାଉଛନ୍ତି ।

ଇନକମ ଟ୍ୟାକ୍ସ ରେଡର ନେତ୍ୟତ୍ୱ କରିଥିବା ଆୟକର ବିଭାଗର ଜଏଣ୍ଟ କମିଶନର ମୁନମୁନ ଶର୍ମା କହିଛନ୍ତି ଯେ, ‘ଆୟକର ବିଭାଗ ରାୟଙ୍କ ପରିବାରରୁ ୮ କୋଟି ଟଙ୍କା ନଗଦ ଜବତ କରିଛନ୍ତି । ଏଥିରେ ଏକ ପାଣି କଣ୍ଟେନରରେ ୧ କୋଟି ଟଙ୍କା ଭର୍ତ୍ତି ବ୍ୟାଗ ବି ସାମିଲ ରହିଛି । ଏହା ବ୍ୟତୀତ ୩ କିଲୋଗ୍ରାମର ସୁନା ବି ଜବତ କରାଯାଇଛି ।’ ଟ୍ୟାକ୍ସ ଅଧିକାରୀମାନେ ଶଙ୍କରଙ୍କ ପରିବାରର ୧୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା । ବ୍ୟବସାୟୀ ଶଙ୍କର ରାୟ ଜଣେ କଂଗ୍ରେସ ନେତା ସହିତ ପୂର୍ବ ନଗର ପାଳିକା ଅଧ୍ୟକ୍ଷ ବୋଲି ଜଣାପଡିଛି ।

Get real time updates directly on you device, subscribe now.