fbpx

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଆଜି ୨୬ଟି ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀରରେ ୨ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ଜିଲ୍ଲାର ୨୬ଟି ବିଧାନସଭା ଅସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ ୭ଟା ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟାରେ ଶେଷ ହେବ । ପ୍ରାୟ ୨୫ ଲକ୍ଷ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ଏଥିରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହେବ । ଜାମ୍ମୁ କାଶ୍ମୀରର ଅନେକ ସମ୍ବେଦନଶୀଳ ଭୋଟିଂ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଜାମ୍ମୁ କାଶ୍ମୀର ୨ୟ ପର୍ଯ୍ୟାୟ ନିର୍ବାଚନରେ ଜାମ୍ମୁ ଡିଭିଜନର ୩ଟି ଜିଲ୍ଲା ସାମିଲ ଥିବା ବେଳେ ଅନ୍ୟ ୩ଟି ଜିଲ୍ଲା ଘାଟିର ସାମିଲ ଅଛି । କାଶ୍ମୀର ଶ୍ରୀନଗର ଜିଲ୍ଲା ନିର୍ବାଚନ ମଣ୍ଡଳୀର ହଜରତବଲ, ଖାନୟାର, ହବାକଦଲ, ଲାଲ ଚୌକ, ଚନ୍ନାପୋରା, ଜଦୀବଲ, ସେଣ୍ଟ୍ରାଲ ଶାଲଟେଙ୍ଗ ଏବଂ ଇଦଗାହରେ ମତଦାନ ହେବ । ବଡଗାମ ଜିଲ୍ଲାର ଖଣ୍ଡ ବଡଗାମ, ବୀରୱାହ, ଖାନ୍ ସାହିବ, ଚରାର-ଏ-ଶରୀଫ୍ ଏବଂ ଚାଦରାରେ ଭୋଟ୍ ଗ୍ରହଣ ହେବ । ସେହିପରି ଗାନ୍ଦରବଲ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ କଙ୍ଗନ ଏବଂ ଗାନ୍ଦରବଲରେ ମତଦାନ ହେବ । ଜାମ୍ମୁ ଡିଭିଜନର ଗୁଲାବଗଡ଼, ରିୟାସି, ଶ୍ରୀ ମାତା ବୈଷ୍ଣୋ ଦେବୀ, କାଲାକୋଟ୍‌- ସୁନ୍ଦରବନୀ, ନୌଶେରା, ରାଜୌରୀ, ବୁଦ୍ଧଲ, ଥନ୍ନାମଣ୍ଡି, ସୁରନକୋଟ, ପୁଞ୍ଚ୍ ହୱେଲି ଏବଂ ମେଣ୍ଢରରେ ମତଦାନ ହେବ ।

Get real time updates directly on you device, subscribe now.