fbpx

ଜାମ୍ମୁ-କାଶ୍ମୀରରେ ବାଜି ମାରିଲା କଂଗ୍ରେସ, ବଦଳିଗଲା ବିଜେପି ଗେମ୍‌

ନୂଆଦିଲ୍ଲୀ: ଆଜି ହରିୟାଣା ଏବଂ ଜାମ୍ମୁ-କାଶ୍ମୀରର ସମସ୍ତ ୯୦ ସିଟ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଫଳାଫଳରେ ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ନେସନାଲ କନଫ୍ରେନ୍ସ ମେଣ୍ଟ ଆଗୁଆ ରହିଛି। ବିଜେପି ଏବଂ ପିଡିପି ପଛରେ ରହିଯାଇଛନ୍ତି। ଦୁଇଟି ରାଜ୍ୟରେ୯୦-୯୦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଜାମ୍ମୁ-କାଶ୍ମୀରରେ ତିନୋଟି ଫେଜ ଏବଂ ହରିୟାଣାରେ ଗୋଟିଏ ଫେଜରେ ଭୋଟିଂ ହୋଇଥିଲା। ତେବେ ଜାମ୍ମୁ-କାଶ୍ମୀରରେ ବିଜେପି ୨୭ଟି ସିଟ ପାଇଥିବା ବେଳେ କଂଗ୍ରେସ-ନେସନାଲ କନଫ୍ରେନ୍ସ ୪୯ଟି ଆସନ ହାସଲ କରଛି। ସେହିପରି ପିଡିପି ୫ଟି ସିଟ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ୯ଟି ସିଟ ହାସଲ କରିଛନ୍ତି।

ଏଥିରେ ଭାରତୀୟ ଜନତା ପାର୍ଟୀର ଗେମ୍ ଖରାପ ହୋଇଯାଇଛି। ଏକ ଅକ୍ଟୋବରରେ ୯୦ ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟର ମତଦାନ ଶେଷ ହୋଇଥିଲା। ଏହା ପୂର୍ବରୁ ୧୮ ସେପ୍ଟେମ୍ବରର ପ୍ରଥମ ପର୍ଯ୍ୟାୟ ଏବଂ ୨୫ ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ହୋଇଥିଲା। ଏହି ନିର୍ବାଚନ ଏଥିପାଇଁ ଖାସ ରହିଛି ଯେ, କାରଣ ଧାରା ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହୋଇଥିଲା। ଧାରା ୩୭୦ ହଟିବା ପରଠାରୁ ଜାମ୍ମୁ-କାଶ୍ମୀରର ରାଜନୈତିକ ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

Get real time updates directly on you device, subscribe now.