fbpx

WHO ମାନଚିତ୍ରରେ ପାକିସ୍ତାନ ଓ ଚୀନର ଅଂଶ ଭାବରେ ନଜର ଆସିଲା ଜମ୍ମୁ-କାଶ୍ମୀର, ଟିଏମସି ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

Advertisement

ନୂଆଦିଲ୍ଲୀ: ତୃଣମୁଳ କଂଗ୍ରେସ ସାଂସଦ ଡା. ଶାନ୍ତନୁ ସେନ୍ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କୁ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଭାରତର ଭୂଲ ମାନଚିତ୍ର ପ୍ରଦର୍ଶନ କରିଛି । ସେ ପତ୍ରରେ ଲେଖିଛନ୍ତି ଯେ, “ଯେତେବେଳେ ମୁୁଁ ଡବ୍ଲୁଏଚଓର ସାଇଟ୍ କୁ କ୍ଲିକ୍ କରିଥିଲି ସେତେବେଳେ ବିଶ୍ୱର ଏକ ମାନଚିତ୍ର ପ୍ରଦର୍ଶିତ ହେଲା, ଆଉ ଭାରତର ଅଂଶକୁ ଜୁମ୍ କରିବା ପରେ ଏକ ନୀଳ ନକ୍ସା ନଜରରେ ଆସିଲା । ଯେଉଁଥିରେ ଆଶ୍ଚର୍ଯ୍ୟଜନକ ରୂପରେ ଜମ୍ମୁ-କାଶ୍ମୀର ପାଇଁ ଦୁଇଟି ଅଲଗା ରଙ୍ଗ ବ୍ୟବହାର କରାଯାଇଛି” ।

ଆଗକୁ ସେ କହିଛନ୍ତି ଯେ, “ନୀଳ ଅଂଶଟି ଭାରତର ମାନଚିତ୍ର ଦେଖାଉଥିଲା । ହେଲେ ଦ୍ୱିତୀୟ ଭାଗଟି ପାକିସ୍ତାନ ଭାଗର ତଥ୍ୟ ଦେଖାଉଥିଲା । ଏହା ବ୍ୟତୀତ ଆମର ଭାରତୀୟ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ରାଜ୍ୟର ଭାଗକୁ ବି ଅଲଗା ଭାବେ ସାମଙ୍କିତ କରାଯାଇଛି” । ଏତଦବ୍ୟତୀତ ସେ କହିଛନ୍ତି ଯେ, ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହା ଏକ ଗମ୍ଭୀର ଅନ୍ତର୍ଜାତୀୟ ପ୍ରସଙ୍ଗ ଓ ଆମ ସରକାରଙ୍କୁ ଏହାର ଯାଞ୍ଚ କରାଇବା ଦରକାର । ବହୁତ ଆଗରୁ ଏହି ପ୍ରସଙ୍ଗକୁ ବିଚାରାଧୀନକୁ ନେବାର ଥିଲା । ସୂଚନା ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟ୍ ର ହୋମ୍ ପେଜ୍ ରେ ପୂରା ବିଶ୍ୱର ଇଣ୍ଟରାକ୍ଟିଭ୍ ମାନଚିତ୍ର ରହିଛି ଯାହା ଦୈନିକ ଆଧାରରେ କୋଭିଡ୍ ମାମଲାର ଅପଡେଟଡ୍ ଡାଟା ଦେଖାଇଥାଏ ।

Get real time updates directly on you device, subscribe now.