fbpx

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ହେଲେ ମାୱା ସୂଦନ୍

Advertisement

ଜମ୍ମୁ-କଶ୍ମୀର: ବର୍ତ୍ତମାନ ମହିଳା ମାନେ ଆଉ ଅବଳା କି ଦୁର୍ବଳ ନାହାନ୍ତି । ସେମାନେ ବି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀରରେ ରହୁଥିବା ୨୪ ବର୍ଷିୟ ମାବ୍ୟା ସୂଦନ୍ ଭାରତୀୟ ବାୟୁସେନାରେ ପ୍ରଥମ ଫାଇଟର୍ ପାଇଲଟ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହିତ ସେ ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ବନିଯାଇଛନ୍ତି । ଏହାପରେ ତାଙ୍କୁ ଏବଂ ତାଙ୍କ ପୂରା ପରିବାରକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

ମାବ୍ୟା ସୂଦନ ଫ୍ଲାଇଂ ଅଫିସର୍ ଭାବରେ ଭାରତୀୟ ବାୟୁସେନାରେ ଦ୍ୱାଦଶ ମହିଳା ଅଧିକାରୀ ଯୋଗ ଦେଇଛନ୍ତି । ଏଥିସହ ସେ ରଜୌରୀରୁ ପ୍ରଥମ ଥର ପାଇଁ ଯୁଦ୍ଧ ବିମାନ ପାଇଲଟ୍ ଭାବେ ବାୟୁସେନାରେ ଯୋଗ ଦେଇଛନ୍ତି । ତେବେ ଏନେଇ ତାଙ୍କ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝିଅର ସଫଳତାକୁ ନେଇ ଖୁବ୍ ଗର୍ବିତ । ବର୍ତ୍ତମାନ ସେ କେବଳ ଆମ ଝିଅ ନୁହନ୍ତି ବରଂ ଏ ଦେଶର ଝିଅ ବୋଲି ସେ କହିଛନ୍ତି ।

ଏନେଇ ମାବ୍ୟାଙ୍କ ଭଉଣୀ ମାନ୍ୟତା କହିଛନ୍ତି ଯେ, ତାଙ୍କର ସବୁ ବେଳେ ଇଚ୍ଛା ଥିଲା ଯେ ସେ ନିଜ ଭଉଣୀକୁ ଗୋଟିଏ ଫାଇଟର୍ ପାଇଲଟ୍ ଭାବରେ ଦେଖିବେ । ଆଉ ଆଜି ତାଙ୍କ ଇଚ୍ଛା ପୂରଣ ହୋଇଛି । ମାବ୍ୟା ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ହୋଇଯାଇଛନ୍ତି ।

Get real time updates directly on you device, subscribe now.