fbpx

ମୁସଲିମ୍ କାର୍ଡ ଖେଳିଲା ବିଜେପି, ମାଗଣାରେ ମିଳିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ଏହାରି ଭିତରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ ଯାଇ ପ୍ରତିଶୃତି ବର୍ଷା କରିଛନ୍ତି । ଏକ ରାଲିକୁ ସମ୍ବୋଧିକ କରିବା ସମୟରେ ସେ ମୁସଲିମ୍ କାର୍ଡ ଖେଳି ଦେଇଛନ୍ତି । ମାଗଣା ଗ୍ୟାସ ନେଇ ସେ ଘୋଷଣା କରିଛନ୍ତି । ଅମିତ ଶାହ କହିଛନ୍ତି, ଇଦ୍ ଏବଂ ମହରମରେ ଦୁଇଟି ମାଗଣା ଗ୍ୟାସ ପ୍ରଦାନ କରାଯିବ ।

ମେନଧରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ଅମିତ ଶାହ କହିଛନ୍ତି, ଜାମ୍ମୁ କାଶ୍ମୀରରେ ଅବଦୁଲ୍ଲା, ମୁଫତି ଏବଂ ନେହେରୁ-ଗାନ୍ଧୀ ପରିବାର 90 ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦ ବିସ୍ତାର କରିଛନ୍ତି । କେବଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର କାଶ୍ମୀରରୁ ଆତଙ୍କବାଦ ସମାପ୍ତ କରିଛି । ଏଠାକାର ଯୁବକମାନଙ୍କୁ ହାତରେ ପଥର ବଦଳରେ ଲାପଟପ ପ୍ରଦାନ କରାଯାଇଛି ।

ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ନିର୍ବାଚନ ଜାମ୍ମୁ କାଶ୍ମୀରରେ ତିନି ପରିବାରର ଶାସନକୁ ଶେଷ କରିବାକୁ ଯାଉଛି । ଅବଦୁଲ୍ଲା ପରିବାର, ମୁଫତି ପରିବାର ଏବଂ ନେହେରୁ-ଗାନ୍ଧୀ ପରିବାର, ଏହି ତିନି ପରିବାର ଏଠାରେ ଗଣତନ୍ତ୍ରକୁ ନିୟନ୍ତ୍ରଣରେ ରଖିଥିଲେ । ଯଦି 2014 ରେ ମୋଦୀ ସରକାର ଆସି ନଥାନ୍ତେ, ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାରେ ନିର୍ବାଚନ ହୋଇନଥାନ୍ତା। ମୋଦୀ ଆସିବା ପରେ ଓବିସି, ପଛୁଆ ବର୍ଗ, ଗୁରୁଜାର ବକରୱାଲ ଏବଂ ପାହାଡୀମାନେ ସଂରକ୍ଷଣ ପାଇଲେ । ମୁଁ ଯେତେବେଳେ ବିଲ୍ ଉପସ୍ଥାପନ କଲି, ଫାରୁକ୍ ଅବଦୁଲ୍ଲାଙ୍କ ଦଳ ଏହାକୁ ବିରୋଧ କରିଥିଲେ । ଯଦି ଆମ ସରକାର ଆସେ ତାହେଲେ ଆମେ ମାଗଣା ସିଲିଣ୍ଡର ପ୍ରଦାନ କରିବୁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Get real time updates directly on you device, subscribe now.