fbpx

ଅମିତ ଶାହାଙ୍କ ବଡ଼ ଘୋଷଣା; ବରିଷ୍ଠ ମହିଳାଙ୍କୁ ବର୍ଷକୁ ଦେବେ ୧୮ ହଜାର ଟଙ୍କା

ଜମ୍ମୁ: ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦଳର ଇସ୍ତାହାର ଜାରି କରି କହିଛନ୍ତି ଯେ ଜମ୍ମୁ-କଶ୍ମୀର ଭାରତର ଥିଲା.. ଏବଂ ସବୁବେଳେ ରହିବ । ସେ କହିଛନ୍ତି ଯେ ଧାରା ୩୭୦ ଏବେ ଇତିହାସରେ ପରିଣତ ହୋଇଛି। ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରବାସୀଙ୍କୁ ସଂରକ୍ଷଣର ଫାଇଦା ମିଳିଛି। ବିଜେପି ନିଜର ଇସ୍ତାହାରରେ ମହିଳାଙ୍କ ପାଇଁ ୧୮ ହଜାର ଟଙ୍କା, ଦୁଇଟି ମାଗଣା ସିଲିଣ୍ଡର ଓ ସଂରକ୍ଷଣ ଭଳି ଅନେକ ପ୍ରତିଶ୍ରୁତି ଦେଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି କରିଛନ୍ତି। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରର ସୁବର୍ଣ୍ଣ ଯୁଗ ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରରେ ଶାନ୍ତି, ପ୍ରଗତି ଓ ବିକାଶ ସୁନିଶ୍ଚିତ ହୋଇଛି। “ମୁଁ ଓମାର ଅବଦୁଲ୍ଲାଙ୍କୁ କହିବାକୁ ଚାହୁଁଛି ଯେ ଫଳାଫଳ ଯାହା ହେଉ ନା କାହିଁକି, ଆମେ ଆପଣଙ୍କୁ ଗୁଜ୍ଜରମାନଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ଛୁଇଁବାକୁ ଦେବୁ ନାହିଁ। ଧାରା ୩୭୦ ଇତିହାସ ପାଲଟିଯାଇଛି ଏବଂ ଏବେ ଏହା କେବେ ବି ଫେରସ୍ତ ହେବ ନାହିଁ।

  • ଜମ୍ମୁରେ ତୱି ରିଭର ଫ୍ରଣ୍ଟ ନିର୍ମାଣ କରାଯିବ ।
  • ଶ୍ରୀନଗରରେ ଏକ ମନୋରଞ୍ଜନ ପାର୍କ ନିର୍ମାଣ କରାଯିବ।
  • ଡାଲ୍ ହ୍ରଦକୁ ବିଶ୍ୱସ୍ତରୀୟ ବିକଶିତ କରାଯିବ।
  • ଆରମ୍ଭ ହେବ ‘ମା ସମ୍ମାନ ଯୋଜନା’।
  • ଉଜ୍ଜ୍ୱଳା ଯୋଜନାରେ ୨ଟି ସିଲିଣ୍ଡର ଦିଆଯିବ ।
  • କୋଚିଂ ପାଇଁ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ।
  • କିସ୍ତୱାରରେ ନିର୍ମାଣ ହେବ ଆୟୁଷ ହର୍ବାଲ ପାର୍କ ।
  • ରାଜୌରୀକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ।
  • ଘରର ଜଣେ ମହିଳାଙ୍କୁ ମିଳିବ ୧୮ ହଜାର ଟଙ୍କା ।
  • କଲେଜ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୩ ହଜାର ଟଙ୍କା ସହାୟତା ଦିଆଯିବ।
  • ଜମ୍ମୁ-କଶ୍ମୀରରେ ଆରମ୍ଭ ହେବ ମେଟ୍ରୋ ପ୍ରକଳ୍ପ ।
  • ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କାର ସହାୟତା ମିଳିବ।
  • କ୍ଷତିଗ୍ରସ୍ତ ମନ୍ଦିରଗୁଡ଼ିକର ପୁନଃନିର୍ମାଣ କରାଯିବ।
  • ଆଇଟି ହବ୍ ପ୍ରତିଷ୍ଠା କରାଯିବ।
  • ବୃଦ୍ଧ ଓ ଭିନ୍ନକ୍ଷମଙ୍କ ପେନସନ ବୃଦ୍ଧି କରାଯିବ।
  • ଭୂମିହୀନଙ୍କୁ ୧୩୬୦ ସ୍କୋୟାର ଫୁଟ୍ ଜମି ଦିଆଯିବ।

    li>

Get real time updates directly on you device, subscribe now.