fbpx

(video):ଶିଖରଙ୍କ ସହ ଶିଖର ଛୁଇଁବାରେ ଲାଗିଲାଣି ଜାହ୍ନବୀଙ୍କ ପ୍ରେମ, ଅଭିନେତ୍ରୀ କହିଲେ ବିବାହର କଥା

ଓଡିଶା ଭାସ୍କର: ଦିବଙ୍ଗତ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ଓ ବୋନି କପୂରଙ୍କ ସୁନ୍ଦରୀ ରୂପବତୀ ଝିଅ ଅଭିନେତ୍ରୀ ଜାହ୍ନବୀ କପୂର ନିଜର ଅଭିନୟ ମାଧ୍ୟମରେ ବଲିଉଡରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ସେ ଅନେକ ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଛନ୍ତି । ଏହାବାଦ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଏହି ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଚର୍ଚ୍ଚାରେ ଥାଆନ୍ତି । ସୁନ୍ଦରୀ ଜାହ୍ନବୀ କପୂର ଏବେ ଶିଖର ପାହାଡିଆଙ୍କୁ ଡେଟ କରୁଛନ୍ତି । ନିଜ ବୟଫ୍ରେଣ୍ଡଙ୍କ ନାମର ନେକଲେସ ପିନ୍ଧିବା ହିଁ ପ୍ରମାଣିତ କରିଦିଏ ଯେ, ସେ ଶିଖରଙ୍କ ପାଇଁ କେତେ ପାଗଳ । ଅନେକ ପାର୍ଟିରେ ସେମାନଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳେ । ପାଗଳ ଭଳି ଉଭୟେ ଉଭୟଙ୍କୁ ପ୍ରେମ କରନ୍ତି । ପ୍ରେମରାଇଜରେ ଏ ଯୋଡି ଘୂରିବୁଲନ୍ତି ।

ଇତିମଧ୍ୟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ନିଜ ଜୀବନରେ ବର୍ତ୍ତମାନ ବେଶ୍ ଖୁସି ଅଛନ୍ତି । ନା ତାଙ୍କ ପାଖରେ ନା ତାଙ୍କ ବୟଫ୍ରେଣ୍ଡଙ୍କ ପାଖରେ ମଲ୍ଟିପ୍ଲିକେଶନ ପାଇଁ ସମୟ ଅଛି ବୋଲି ଏହି ସୁନ୍ଦର ତଥା ଜିରୋ ଫିଗର ରଖୁଥିବା ହଟ ଅଭିନେତ୍ରୀ କୁହନ୍ତି । ଏତତବ୍ୟତୀତ ଜଣେ ପ୍ୟାନ୍ସଙ୍କ ‘ଜସ୍‌ସି’ ହୈଶଟୈଗ ରଖିବାକୁ ନେଇ ଜାହ୍ନବୀ କହିଛନ୍ତି ତାହାଙ୍କୁ ଏହା ପସନ୍ଦ ଲାଗେ ନାହିଁ । ବରଂ ଯଦି ଶିଖର ଓ ତାଙ୍କୁ ନେଇ ହୈଶଟୈଗ ହୁଏ, ତେବେ ତାହା ‘ଜହ୍ନହ୍ୱର’ ହେଲେ ଭଲ ଲାଗିବ ବୋଲି ଶ୍ରୀଦେବୀ ତନୟା ପ୍ରକାଶ କରିଛନ୍ତି ।

 

View this post on Instagram

 

A post shared by Janhvi Kapoor (@janhvikapoor)

Get real time updates directly on you device, subscribe now.