ଟିମ୍ ଇଣ୍ଡିଆ ପାଇଁ ଗୁଡ୍ ନ୍ୟୁଜ୍, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିପାରନ୍ତି ଜସପ୍ରିତ ବୁମରାହ

ଏଜବାଷ୍ଟନରେ ଖେଳାଯିବ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ । ଏହି ମ୍ୟାଚ୍ ପଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

ନୂଆଦିଲ୍ଲୀ: ଏଜବାଷ୍ଟନରେ ଖେଳାଯିବ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ । ଏହି ମ୍ୟାଚ୍ ପଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶନିବାର ଅର୍ଥାତ୍ ଜୁନ 28 ରେ ଟିମ ଇଣ୍ଡିଆର ଖେଳାଳିମାନେ ଏଜବାଷ୍ଟନ ଗ୍ରାଉଣ୍ଡରେ କଠିନ ଅଭ୍ୟାସ କରିଥିଲେ ।

ସବୁଠାରୁ ଭଲ କଥା ହେଲା ଯେ, ଏହି ସମୟରେ ଦ୍ରୁତ ବୋଲର ଜସପ୍ରିତ ବୁମରାହ ମଧ୍ୟ ନେଟସ୍ ରେ ପୂର୍ଣ୍ଣ ଶକ୍ତି ସହିତ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା। ବୁମରାହଙ୍କୁ ନେଟସରେ ବୋଲିଂ ଦେଖି, ଏବେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଦେଇଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ବୁମରାହ ଖେଳିବେ ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରଥମ ଟେଷ୍ଟ୍‌ ଶେଷ ହେବା ପରେ ବୁମରାହ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବେ ନାହିଁ  ବୋଲି ଖବର ଆସିବା ଆରମ୍ଭ କରିଥିଲା । କିନ୍ତୁ ଏବେ କୁହାଯାଉଛି, ବୁମରାହଙ୍କ ଖେଳିବା ନେଇ ନିଷ୍ପତ୍ତି ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ନିଆଯିବ।

ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଜସପ୍ରିତ ବୁମରାହ ଚମତ୍କାର ବୋଲିଂ କରିଥିଲେ। ସେଠାରେ ସେ ପ୍ରଥମ ଇନିଂସ୍‌ରେ ପାଞ୍ଚଟି ୱିକେଟ୍‌ ନେଇଥିଲେ, କିନ୍ତୁ ଦ୍ୱିତୀୟ ଇନିଂସ୍‌ରେ ତାଙ୍କୁ କୌଣସି ୱିକେଟ୍‌ ମିଳିନଥିଲା।

ବୁମରାହଙ୍କ ସ୍ଥାନରେ କାହାକୁ ସୁଯୋଗ ମିଳିବ ?

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ମ୍ୟାଚ୍ ପାଇଁ ଭାରତର ପ୍ଲେଇଂ XI କ’ଣ ହେବ। ଯଦି ଜସପ୍ରିତ ବୁମରାହ ଏଜବାଷ୍ଟନ୍ ଟେଷ୍ଟ ମ୍ୟାଚ୍ ରେ ନଖେଳନ୍ତି, ତେବେ ଆକାଶ ଦୀପ କିମ୍ବା ଅର୍ଶଦୀପ ସିଂହଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ କୁଲଦୀପ ଯାଦବ ପୁନର୍ବାର ପ୍ଲେଇଂ XIକୁ ଫେରିପାରନ୍ତି। ଏପରି ପରିସ୍ଥିତିରେ, ଅଧିନାୟକ ଗିଲ୍ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କ ପ୍ଲେଇଂ XI ରେ କେତେ ପରିବର୍ତ୍ତନ କରିବେ ତାହା ସମୟ ହିଁ କହିବ।